ନୂଆଦିଲ୍ଲୀ : ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ । ମୋଦୀ ସରକାରଙ୍କୁ ସମାଲୋଚନା କରି ଏଥର ଆତଙ୍କବାଦ ଚିନ୍ତାର ବିଷୟ ନୁହେଁ, ବେରୋଜଗାରୀ ଚିନ୍ତାର ବିଷୟ ବୋଲି କହିଥିଲେ ରାହୁଲ ଗାନ୍ଧୀ । ଏହାର ଜବାବ ଦେଇ, ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ପୂରା ଗାନ୍ଧୀ ପରିବାରୁ ଏସ୍ପିଜି ସୁରକ୍ଷା ଦିଆଯିବା ଆରମ୍ଭ ହୋଇଥିଲା । ଯଦି ଆତଙ୍କବାଦ୍ ଚିନ୍ତାର ବିଷୟ ନୁହେଁ, ତେବେ ନିଜର ଏସ୍ପିଜି ସୁରକ୍ଷା ହଟାଇ ଦିଅ । ରାହୁଲ ଏବଂ ତାଙ୍କ ପରିବାରକୁ ଯଦି କାହାକୁ ଡ଼ର ନାହିଁ, ତେବେ ତାଙ୍କୁ ସୁରକ୍ଷା ଦେଉଥିବା କମାଣ୍ଡୋମାନଙ୍କର କୌଣସି ଆବଶ୍ୟକତା ନାହିଁ । ସେମାନେ ନେଉଥିବା ସବୁ ସୁରକ୍ଷାକୁ ହଟାଇ ଦେବା ଦରକାର ବୋଲି କହିଥିଲେ ସୁଷମା ସ୍ୱରାଜ ।
/sambad/media/post_attachments/wp-content/uploads/2019/04/rahul_1554542173-300x225.jpg)
ସୂଚନା ମୁତାବକ, ଏକ ନିର୍ବାଚନ ରାଲିରେ ଯୋଗ ଦେଇ, ଏହି ନିର୍ବାଚନରେ ଆତଙ୍କବାଦ୍ ନୁହେଁ ବରଂ ବେରୋଜଗାରୀ ଚିନ୍ତାର ବିଷୟ ବୋଲି କହିଥିଲେ, ଯାହାର କଡ଼ା ଜବାବ ରଖି ସୁଷମା ନିଜର ପ୍ରତିକ୍ରିୟା ରଖିଛନ୍ତି ।