ଝିଅର ଇଛାମୃତ୍ୟୁ ମାଗିଲେ ମା, ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ଲେଖିଲେ ଚିଠି

ବିଜୟୱାଡ଼ା: ସହିହେଉନି ଝିଅର ଅକଥନୀୟ ଯନ୍ତ୍ରଣା | ଏଥିପାଇଁ ଇଛାମୃତ୍ୟୁର ଆବେଦନ କରିଛନ୍ତି କୁନି ଝିଅର ମା ସ୍ଵର୍ଣ୍ଣଲତା | ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିକଟକୁ ଇଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି ବିଜୟୱାଡ଼ାର ସ୍ଵର୍ଣ୍ଣଲତା | ଇଛାମୃତ୍ୟୁର ଅନୁମତି ସହ ତାଙ୍କ ଝିଅର ଚିକିତ୍ସା ପାଇଁ ମନା କରିଦେଇଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି |

ମିଳିଥିବା ସୂଚନା ମୁତାବକ ସ୍ଵର୍ଣ୍ଣଲତା ତାଙ୍କ ଝିଅକୁ ୪ ବର୍ଷ ହୋଇଥିବାବେଳେ ମାନସିକ ବିକାରର ଶିକାର ହୋଇପଡ଼ିଥିଲା | ତେବେ ଝିଅର ଚିକିତ୍ସା ପାଇଁ ଡାକ୍ତରଖାନାର ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ଡ. ରାଜଲକ୍ଷ୍ମୀ ମନା କରିଦେଇଥିଲେ |

ଯାହାକୁ ନେଇ ଭାଙ୍ଗିପଡିଛନ୍ତି ଏହି ମା | ଏହାପରେ ନିଜ ଝିଅର କେହି ଚିକିତ୍ସା ନ କରିବାରୁ ଝିଅର ଇଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ମା ସ୍ଵର୍ଣ୍ଣଲତା | ତେବେ ତାଙ୍କ ସ୍ୱାମୀ ସେହି ଡାକ୍ତରଖାନାରେ କାର୍ଯ୍ୟ କରୁଥିବାରୁ ବିଭାଗୀୟ ମୁଖ୍ୟ ଜାଣିଶୁଣି ଏଭଳି କରୁଥିବାର ସେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର