ଅଧା ବାଟରେ ଗାଡ଼ି ରଖି ଅଭିନେତ୍ରୀଙ୍କୁ ଗାଡ଼ିରୁ ଘୋଷାଡ଼ି ବାହାର କଲେ ଉବର ଚାଳକ, ଫେସ୍‌ବୁକ୍‌ରେ ପୋଷ୍ଟ କରି ଜଣାଇବା ପରେ ଚାଳକ ଗିରଫ

ନୂଆଦିଲ୍ଲୀ : ବଙ୍ଗୀୟ ଧାରାବାହିକ ଅଭିନେତ୍ରୀ ସ୍ୱସ୍ତିକା ଦତ୍ତା ଜଣେ ଉବର ଚାଳକ ଉପରେ ଅସଦାଚରଣର ଆରୋପ ଲଗାଇଛନ୍ତି । ଫେସ୍‌ବୁକ୍‌ ପୋଷ୍ଟ କରି ଅଭିନେତ୍ରୀଜଣଙ୍କ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇବା ପରେ ଅଭିଯୁକ୍ତ ଚାଳକକୁ ପୁଲିସ ଗିରଫ କରିଛି । ସ୍ୱସ୍ତିକା ଉବର କାର ଯୋଗେ ସୁଟିଂ ସେଟ୍‌କୁ ଯାଉଥିବା ବେଳେ ତାଙ୍କ ସହ ଏଭଳି ଘଟିଥିଲା । ଚାଳକ ଅଧା ବାଟରେ ରାଇଡ୍‌ କ୍ୟାନସଲ କରିବା ସହ ଓହ୍ଲାଇବା ପାଇଁ କହିଥିଲେ । ସ୍ୱସ୍ତିକା କାରଣ ପଚାରିବାରୁ କରିବାରୁ ଅଭିଯୁକ୍ତ ତାଙ୍କୁ ଗାଡ଼ିରୁ ବାହାର କରି ତଳେ ଫିଙ୍ଗି ଦେଇଥିଲେ ।

ସ୍ୱସ୍ତିକା କରିଥିବା ପୋଷ୍ଟରେ, ଏଭଳି ଘଟଣା ମୋ ସହ ଅସଲରେ ଘଟିଛି । ମୋତେ ଅପମାନିତ କରାଯାଇଛି । ମୋତେ ଟାଣି କାର୍‌ରୁ ବାହାର କରି ଦେଇଥିଲେ । ସକାଳ ୮ଟା ୧୫ମିନିଟ୍‌ରେ ମୁଁ ଷ୍ଟୁଡିଓ ଯିବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲି । ଜମଶେଦ ନାମକ ଜଣେ ଉବର ଚାଳକ ମୋତେ ଆସି ନେଇଥିଲେ । କିନ୍ତୁ ରାସ୍ତାରେ ହଠାତ ମୋ ଟ୍ରିପ୍‌ ରଦ୍ଦ କରି ମୋତେ ଓହ୍ଲାଇ ଯିବାକୁ କହିଥିଲେ । ମୁଁ କାରଣ ପଚାରିବାରୁ ସେ ମୋତେ ନିଜ ଅଞ୍ଚଳକୁ ନେବା ସହ ଟାଣି କାର୍‌ରୁ ବାହାର କରି ଦେଇଥିଲେ । ମୁଁ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସେ ମୋତେ ଧମକାଇବା ଆରମ୍ଭ କରି ଦେଇଥିଲେ । ଯାହା ପରେ ମୁଁ ସେଠାରୁ ସୁଟିଂ ସେଟ୍‌ ଆସି ବାପାଙ୍କୁ ସବୁ ଜଣାଇଥିଲି ବୋଲି ଲେଖିଛନ୍ତି । ଏହା ସହ ଚାଳକଙ୍କ ଫଟୋ, ଫୋନ ନମ୍ବର ଏବଂ କାର୍‌ର ନମ୍ବର ପ୍ଲେଟ୍‌ ମଧ୍ୟ ସେୟାର କରିଥିଲେ ସ୍ୱସ୍ତିକା । ଘଟଣାର ଖବର ତାଙ୍କ ବାପାଙ୍କ ପାଖରେ ପହଞ୍ଚିବା ପରେ ଏ ନେଇ ପୁଲିସରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ । ଏହା ସହ ଉବର ତରଫରୁ ଏଭଳି ଘଟଣା ପାଇଁ ଉବରର ପ୍ରବକ୍ତା ଦୁଃଖ ପ୍ରକାଶ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର