ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କ ନାମରେ ଆପ୍ ସାଂସଦ ସ୍ବାତୀ ମାଲିୱାଲ୍ ଆକ୍ରମଣର ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ। ଆକ୍ରମଣ ମାମଲାରେ ଏକ ପ୍ରତିବାଦ କରି ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ତାଙ୍କ ଉପରେ "ଅଯଥା ଚାପ" ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ସେ ଦାବି କରିଛନ୍ତି ଯେ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ "ବଳପୂର୍ବକ" ପ୍ରବେଶ କରିବା ସମୟରେ ଏପରି ଘଟିଥିଲା।
ଶୁକ୍ରବାର ଦିନ ଦାଖଲ ହୋଇଥିବା ଅଭିଯୋଗରେ ବିଭବ କୁମାର ଅଭିଯୋଗ କରିଛନ୍ତି ଯେ ମାଲିୱାଲ "ବଳପୂର୍ବକ ତଥା ଆଇନ ଉଲଂଘନ କରି" କେଜ୍ରିୱାଲଙ୍କ ବାସଭବନରେ ଅନଧିକୃତ ପ୍ରବେଶ କରିବା ସହ ସେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି କହିଥିଲେ। ଜଣେ ସାଂସଦକୁ ଅଟକାଇବାକୁ ତୁମର ସାହସ କିପରି ହେଲା ବୋଲି ସେ ମୋତେ ପ୍ରଶ୍ନ କରି ଉତ୍ୟକ୍ତ ହୋଇ ଉଠିଥିଲେ ବୋଲି ବିଭବ କହିଛନ୍ତି।
पार्टी में कल के आए नेताओं से 20 साल पुरानी कार्यकर्ता को BJP का एजेंट बता दिया। दो दिन पहले पार्टी ने PC में सब सच क़बूल लिया था और आज U-Turn
ये गुंडा पार्टी को धमका रहा है, मैं अरेस्ट हुआ तो सारे राज़ खोलूँगा। इसलिए ही लखनऊ से लेकर हर जगह शरण में घूम रहा है।
आज उसके दबाव में…
— Swati Maliwal (@SwatiJaiHind) May 17, 2024
ବିଭବଙ୍କ ଅନୁସାରେ ସେ ଆହୁରି ବି କହିଥିଲେ କି, "ମୁଁ ତୋତେ ଦେଖିନେବି। ମୁଁ ତୋତେ ଏପରି ମିଛ ମାମଲାରେ ଫଶାଇବି ଯେ ତୁ ଜୀବନ ଯାକ ଜେଲ୍ରେ ବସିଥିବୁ।’’
କୁମାର ତାଙ୍କ ଅଭିଯୋଗର ଏକ କପି ଡେପୁଟି କମିସନର (ଉତ୍ତର) କୁ ପଠାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ମାଲିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଘଟଣାକୁ ୨ ଦିନ ବିତିବା ପରେ ଆପ୍ ୟୁଟର୍ଣ୍ଣ ନେଇଛି।