ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିଛି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) କ୍ଷମତାଚ୍ୟୁତ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ୨୭ ବର୍ଷ ପରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ରାଜଧାନୀକୁ ଫେରିଛି। ଆଶ୍ଚର୍ଯ୍ୟର କଥା ହେଉଛି ଆମ୍ ଆଦମୀ ପାର୍ଟିର ପ୍ରମୁଖ ଚେହେରା ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ସୌରଭ ଭରଦ୍ୱାଜ ନିଜ ଆସନ ବଞ୍ଚାଇ ପାରିନାହାନ୍ତି ।
ଆପର ବରିଷ୍ଠ ନେତାଙ୍କ ପରାଜୟ ସମ୍ପର୍କରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କହିଛନ୍ତି, ଗର୍ବ ଓ ଅହଂକାର କାହା ପାଇଁ ଅଧିକ ଦିନ ରହିନଥାଏ। ଏପରିକି ରାବଣର ଗୌରବ ଭାଙ୍ଗି ଯାଇଥିଲା, ୟେ ତ କେବଳ ଅରବିନ୍ଦ କେଜ୍ରିୱାଲ। ଯଦି ଆମେ ଇତିହାସକୁ ଦେଖୁ, ତେବେ ଏହା ସାକ୍ଷୀ ଯେ ଯେତେବେଳେ ବି କୌଣସି ମହିଳାଙ୍କ ବିରୋଧରେ କିଛି ଭୁଲ ଘଟିଛି, ଭଗବାନ ସେହି ସେମାନଙ୍କୁ ଦଣ୍ଡ ଦେଇଛନ୍ତି।
"ଏହି ଲୋକମାନେ ଭାବୁଥିଲେ ଯେ ସେମାନେ ଲୋକଙ୍କ ସହିତ କିଛି ବି କରିପାରିବେ । ସେମାନେ ମୋ ସହ ବହୁତ କିଛି କରିଛନ୍ତି। ଯିଏ ମୋତେ ମାଡ଼ ମାରିଲା ତାକୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ତାଙ୍କୁ ଲୁଟିୟନ୍ସ ଜୋନରେ ସାଂସଦ ବଙ୍ଗଳା ଦିଆଯାଇଥିଲା। ତାଙ୍କୁ ପଞ୍ଜାବର ସର୍ବୋଚ୍ଚ ନେତା କରାଯାଇଥିଲା। ଏହି ଲୋକମାନେ ଏତେ ମିଥ୍ୟା ଏବଂ ଦ୍ୱନ୍ଦ୍ୱ ବିସ୍ତାର କରିଛନ୍ତି ଯେ ମୁଁ ବିଶ୍ୱାସ କରେ ଯେ ଦିଲ୍ଲୀର ଲୋକମାନେ ବିଚାରବନ୍ତ ଓ ସେମାନେ ଏମାନଙ୍କ କର୍ମକୁ ଦେଖୁଥିଲେ । ଏବେ ଜନସାଧାରଣ ଭୋଟ୍ ଦେଇ ଏହାର ଜବାବ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/08/unfgySZ2O8cw5AXrWysd.jpeg)