ସ୍ବୟଂବର ଶେଷ ହେବା ପୂୂର୍ବରୁ ନିଜ ପାଇଁ ଝିଅ ବାଛିିଲେ ମିକା ସିଂହ ! ଏହି ପ୍ରତିଯୋଗୀଙ୍କୁ କରିବେ ବିବାହ

ମୁମ୍ବାଇ: ‘ସ୍ବୟଂବର ମିକା ଦି ବୋତି’ ସୋ’ର ଫାଇନାଲ୍ ଏପିସୋଡ୍ ଅତି ନିକଟତର ହୋଇ ଆସିଛି । ଏହି ରିଆଲିଟି ସୋ’ ମାଧ୍ୟମରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ମିକା ସିଂ ତାଙ୍କ ସ୍ୱପ୍ନର ରାଜକୁମାରୀଙ୍କୁ ଖୋଜୁଛନ୍ତି । ମିକା ସିଂ କାହାକୁ ନିଜର ହୃଦୟର ରାଣୀ କରିବେ ତାହା ଜାଣିବା ପାଇଁ ପ୍ରଶଂସକମାନେ ଅତି ଉତ୍ସାହର ସହ ଚାହିଁ ବସିଛନ୍ତି । ସୋ’ର ଫାଇନାଲ୍ ଏପିସୋଡ୍ ପାଇଁ ଏବେ ଅନେକ ସମୟ ରହିଛି। କିନ୍ତୁ ଏକ ରିପୋର୍ଟ ଅନୁସାରେ ମିକା ସିଂ କାହାକୁ ତାଙ୍କ ମନର ରାଣୀ କରିବେ ତାହା ସେ ବାଛିସାରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏତେ ସଂଖ୍ୟକ ଝିଅଙ୍କ ମଧ୍ୟରୁ ଜଣେ ଝିଅ ମିକାଙ୍କ ହୃଦୟଙ୍କୁ କିଣିପାରିଛନ୍ତି । ମିକା ସିଂଙ୍କ ହୃଦୟରେ ନିଜର ଛାପ ଛାଡି ସାରିଥିବା ଏହି ପଞ୍ଜାବୀ ଯୁବତୀଙ୍କ ନାମ ହେଉଛି ନୀତ୍ ମହଲ । ଏହି ସୋ’ରେ ପ୍ରତ୍ୟେକ ଥର ମିକା ସିଂଙ୍କ ମନ କିଣିଛନ୍ତି ନୀତ। ଚଣ୍ଡିଗଡ଼ର ନୀତ୍ ନିଜେ ଜଣେ ପଞ୍ଜାବୀ ହୋଇଥିବାରୁ ସେ ସହଜରେ ମିକାଙ୍କ ମନ କିଣିପାରିଛନ୍ତି। ନୀତ ସ୍ବାଦିଷ୍ଟ ରୋଷେଇ କରୁଥିବା ଦେଖି ମିକା ସିଂ ତାଙ୍କୁ ପସନ୍ଦ କରିବା ଆରମ୍ଭ କରିଛନ୍ତି।

ନୀତ୍ ଏବେ ନିଜର ସରଳ ସ୍ୱଭାବ ଆଉ ସ୍ବାଦିଷ୍ଟ ରୋଷେଇ କରି ସହ ସୋ’ରେ ଆଗକୁ ବଢିଚାଲିଛନ୍ତି । ଗୋଟିଏ ଏପିସୋଡରେ ମିକା ନିଜେ ତାଙ୍କ ହାତ ତିଆରି ଖିରିକୁ ଭାରି ପ୍ରଶଂସା କରିଥିଲେ । ମିକାଙ୍କ ସହିତ ନୀତଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଦୁହେଁ ଏକ ମ୍ୟୁଜିକ୍ ଭିଡିଓରେ ଆଗରୁ ଏକାଠି କାମ କରିଥିବାରୁ ପରସ୍ପରକୁ ଭଲଭାବେ ଜାଣିଛନ୍ତି ବୋଲି କୁହାଯାଉଛି ।

ତେବେ ନୀତ୍ ମିକାଙ୍କ ମନ କିଣିବା ଆରମ୍ଭ କରିଥିବା ବେଳେ ଏବେ ସୋ’କୁ ଆକାଂକ୍ଷା ପୁରୀଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭାବରେ ସୋ’କୁ ଅଣାଯାଇଛି ।ଆକାଂକ୍ଷାଙ୍କ ନାଁ ମିକା ସିଂଙ୍କ ସହ ଅନେକ ଥର ଯୋଡ଼ାଯାଇଛି। ଏବେ ତାଙ୍କ ଏଣ୍ଟ୍ରି ପରେ ମିକା ଶେଷରେ କାହାକୁ ନିଜର ଜୀବନସାଥୀ ବାଛିବେ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର