ଏଟା: ଉତ୍ତର ପ୍ରଦେଶର ଜଣେ ‘ଫେସ୍ବୁକ୍ ଫ୍ରେଣ୍ଡ୍’ଙ୍କୁ ବାହା ହେବା ପାଇଁ ସ୍ବିଡେନ୍ର ଜଣେ ତରୁଣୀ ବିମାନ ଯୋଗେ ଭାରତକୁ ଆସି ଏଟାରେ ପହଞ୍ଚିଛନ୍ତି।
‘ଏଏନ୍ଆଇ’ ରିପୋର୍ଟରୁ ସଂଗୃହୀତ ସୂଚନା ଅନୁସାରେ, ‘ଫେସ୍ବୁକ୍’ ଜରିଆରେ ପରିଚୟ ହୋଇଥିବା ପବନ କୁମାରଙ୍କୁ ବିବାହ କରିବା ଲାଗି କ୍ରିଷ୍ଟେନ୍ ଲାଇବର୍ଟ ନାମକ ତରୁଣୀ ବିମାନ ଯୋଗେ ଭାରତରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଏଟାସ୍ଥିତ ଗୋଟାଏ ବିଦ୍ୟାଳୟରେ ହିନ୍ଦୁ ପ୍ରଥାମତେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଛି।
‘ଏଏନ୍ଆଇ’ ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି, ଭାରତୀୟ ବଧୂବେଶ ସାଜିଥିବା କ୍ରିଷ୍ଟେନ୍ ଲାଇବର୍ଟ ବରମାଳା ଉତ୍ସବରେ ବରଙ୍କ ବେକରେ ଫୁଲହାର ପିନ୍ଧାଉଛନ୍ତି।
୨୦୧୨ରେ କ୍ରିଷ୍ଟେନ୍ ଲାଇବର୍ଟ ‘ଫେସ୍ବୁକ୍’ରେ ପୱନ୍ କୁମାରଙ୍କୁ ଭେଟିଥିଲେ। ଡେରାଡୁନ୍ରୁ ବି. ଟେକ୍ ପାସ୍ କରିଥିବା ପୱନ କୁମାର ଗୋଟାଏ କମ୍ପାନିରେ ଇଞ୍ଜିନିୟର୍ ଭାବେ କାମ କରନ୍ତି।
ଏ ବିବାହରେ ପୱନଙ୍କ ପରିବାର କୌଣସି ଆପତ୍ତି ଉଠାଇ ନାହାନ୍ତି। ବରଙ୍କ ପିତା ଗୀତମ୍ ସିଂହ କହିଛନ୍ତି, ପିଲାଙ୍କ ଖୁସରେ ସେମାନଙ୍କ ଖୁସି। ଏ ବିବାହରେ ତାଙ୍କର ସମ୍ପୂର୍ଣ୍ଣ ସମ୍ମତି ଅଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/marriage.jpg)