କିଲୋପ୍ରତି ୭୫ ହଜାରରେ ନିଲାମ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କଲା ‘ଗୋଲଡେନ୍‌ ବଟରଫ୍ଲାଇ’ ଚା’ପତି

ଦିବ୍ରୁଗଡ଼ (ଆସାମ): ଆସାମର ଦିବ୍ରୁଗଡ଼ସ୍ଥିତ ଡିକମ୍‌ ଚା’ ବାଗାନ୍‌ରୁ ଉତ୍ପାଦିତ ହୋଇଥିବା ‘ଗୋଲଡେନ୍‌ ବଟରଫ୍ଲାଇ’ ନାମକ ଏକ ଅନ୍ତର୍ଜାତୀୟ ବ୍ରାଣ୍ଡର ଚା’ପତି କିଲୋପ୍ରତି ୭୫ ହଜାର ଟଙ୍କାରେ ନିଲାମ ହୋଇ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି ଚା’ପତିକୁ ନିଲାମ କରିଛି ଗୌହାଟି ଟି ଅକ୍‌ସନ୍‌ ସେଣ୍ଟର।

ଗୌହାଟି ଟି ଅକ୍‌ସନ୍‌ ସେଣ୍ଟରର ସଂପାଦକ ଦୀନେଶ ବିହାନୀ ଗଣମାଧ୍ୟମକୁ ସୂଚନା ଦେଇ ଏହି ଚା’କୁ ପ୍ରସ୍ତୁତ କରିଛନ୍ତି ଗୌହାଟିର ସବୁଠାରୁ ପୁରାତନ ଚା’ ବିକ୍ରେତା ଆସାମ ଟି ଟ୍ରେଡର୍ସ।

ଏହା ପୂର୍ବରୁ ଜୁଲାଇ ୩୧ ତାରିଖରେ ଅର୍ଥୋଡୋକ୍ସ ଗୋଲ୍‌ଡେନ୍‌ ଟି ନାମରେ ଅନ୍ୟ ଏକ ଚା’ପତି କିଲୋ ପ୍ରତି ୭୦, ୫୦୧ ଟଙ୍କା ଦରରେ ନିଲାମ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ହେଲେ, ଗତ ସୋମବାର ଦିନ ‘ଗୋଲଡେନ୍‌ ବଟରଫ୍ଲାଇ’ ଚା’ପତି କିଲୋପ୍ରତି ୭୫ ହଜାର ଟଙ୍କାରେ ନିଲାମ ହୋଇ ପୂର୍ବର ରେକର୍ଡକୁ ଭାଙ୍ଗିବା ସହ ଏକ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର