ମୋଦିଙ୍କ ମୁଖା ପିନ୍ଧି ମିଠା ତିଆରି କଲେ ଉତ୍ସାହୀ କାରିଗର

ନୂଆଦିଲ୍ଲୀ: ଏକଜିଟ୍‌ ପୋଲ ଆସିବା ପରେ ଉତ୍ସାହିତ ହୋଇ ମୁମ୍ବାଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଲେଣି । ଉତ୍ତର-ମୁମ୍ବାଇର ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟିଙ୍କ କାର୍ଯ୍ୟକର୍ତ୍ତା ଫଳାଫଳ ଆସିବା ପୂର୍ବରୁ ହିଁ ୪ ହଜାର କିଲୋ ମିଠାର ଅର୍ଡର ଦେଇଛନ୍ତି । ଏହି ମିଠା ପ୍ରସ୍ତୁତ କରୁଥିବା କାରିଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ମିଠା ପ୍ରସ୍ତୁତ କରୁଛନ୍ତି ।

ଗୋପାଳ ସେଟ୍ଟିଙ୍କ ବିଜୟ ପୂର୍ବରୁ ହିଁ ମୁମ୍ବାଇର ବୋରିବଲୀରେ ଦୋକାନୀ ଲଡୁ ଓ ମିଠା ତିଆରି କରୁଛନ୍ତି । ଦୋକନୀ ମୁତାବକ, ଗୋପାଳ ସେଟ୍ଟିଙ୍କ ତରଫରୁ ମିଠା ଅର୍ଡର ମିଳିଛି । ଦୋକାନୀଙ୍କ କହିବାନୁସାରେ, ତାଙ୍କ ପାଖରେ କାମ କରୁଥିବା କାରିଗର ବହୁତ ଖୁସି ଅଛନ୍ତି । ସେଥିପାଇଁ ସେମାନେ ମୋଦି ମୁଖା ପିନ୍ଧି ମିଠା ତିଆରି କରୁଛନ୍ତି । ଗୋପାଳ ସେଟ୍ଟି ଲୋକସଭା ନିର୍ବାଚନ ଜିତିବା ପୂର୍ବରୁ ବୋରିବଲୀ ବିଧାନସଭା ଆସନରୁ ବିଧାୟକ ରହି ସାରିଛନ୍ତି । ଉତ୍ତର ମୁମ୍ବାଇ ଆସନରୁ ଉର୍ମିଲା ମାତୋଣ୍ଡକର ଓ ବିଜେପି ସାଂସଦ ଗୋପାଳ ସେଟ୍ଟିଙ୍କ ମଧ୍ୟରେ ମୁକାବିଲା ହୋଇଛି ।

ସମ୍ବନ୍ଧିତ ଖବର