ନୂଆଦିଲ୍ଲୀ : ଆମେରିକାରେ ବିଶ୍ୱର ସବୁଠାରୁ ଦୀର୍ଘ ଆଇସ୍କ୍ରିମ୍ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହା ଗିନିଜ୍ ବୁକ୍ ଅଫ୍ ଓ୍ଵାଲ୍ଡ ରେକର୍ଡରେ ସବୁଠାରୁ ଲମ୍ବା ଆଇସ୍କ୍ରିମ୍ ଭାବେ ଲିପିବଦ୍ଧ ହୋଇଛି । ଏହିଆଇସ୍କ୍ରିମ୍କୁ ସ୍ପିରିଟ ଅଫ ଟେକ୍ସାସ୍ ଫେଷ୍ଟିଭାଲରେ ପ୍ରସ୍ତୁତ କରାଯାଇଥିଲା। ଏହି ଆଇସ୍କ୍ରିମ୍ର ଲମ୍ବ ୧୩୮୬.୬୨ ମିଟର ରହିଥିବା ବେଳେ ଏଥିରେ ୧୮୯୨.୭ କିଲୋଗ୍ରାମର ଭ୍ୟାନିଲା ବ୍ୟବହାର କରାଯାଇଥିଲା। ତେବେ ଏହି ଆଇସ୍କ୍ରିମ୍ ସଠିକ ଭାବେ ପ୍ରସ୍ତୁତ ହେଉଛି କି ନାହିଁ ତାହା ସଂପୂର୍ଣ୍ଣ ଭାବେ ଅନୁଧ୍ୟାନ କରିଥିଲେ ଗିନିଜ ବୁକ୍ ଅଫ୍ ରେକର୍ଡ଼ର ମୁଖ୍ୟ ଖ୍ରୀଷ୍ଟିନା କୋନେଲ ।
ବିଶ୍ୱ ରେକର୍ଡ଼ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଆଇସ୍କିମ୍ରେ ୧୧୩୫.୬ କିଲୋଗ୍ରାମ ଚକୋଲେଟ ଏବଂ ଷ୍ଟ୍ରବେରି ମଧ୍ୟ ବ୍ୟବହାର କରାଯାଇଥିଲା । ଏହା ସହ ଏଥିରେ ୨୫ ପାଉଣ୍ଡର ସ୍ପିଙ୍କିଲ ଏବଂ ୨୦,୦୦୦ ଚେରି ବ୍ୟବହାର କରାଯାଇଛି। ଆଇସ୍କ୍ରିମ୍ଟି ଗ୍ରୀନିଜ ବୁକରେ ସାମିଲ ହେବା ପରେ ଏହାକୁ ପ୍ରସ୍ତୁତ କରିଥିବା ୪୦୦୦ କର୍ମଚାରୀ କେବଳ ୩୦ ମିନିଟ ମଧ୍ୟରେ ସେହି ଆଇସ୍କି୍ରମ୍କୁ ଖାଇ ଦେଇଥିଲେ । ଗତବର୍ଷର୨,୧୭୭.୨୪ କିଲୋଗ୍ରାମର ଆଇସ୍କ୍ରିମର ରେକର୍ଡ ଭାଙ୍ଗିଛି ବର୍ତ୍ତମାନ ଆମେରିକା ।