ଭାରତକୁ ଗ୍ରିପେନ ଲଢୁଆ ବିମାନ ବିକ୍ରି ପାଇଁ ସ୍ବିଡେନର ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତକୁ ଅତ୍ୟାଧୁନିକ ଗ୍ରିପେନ ଲଢୁଆ ବିମାନ ବିକ୍ରି କରିବାକୁ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀ ପିଟର ହଲକଭିଷ୍ଟ ପ୍ରସ୍ତାବ ଦେଇଛନ୍ତି । ସ୍ବିଡେନ ପକ୍ଷରୁ ୨ୟ ଥର ପାଇଁ ଏପରି ପ୍ରସ୍ତାବ ଦିଆଯ଼ାଇଛି । ସ୍ବିଡେନର ସାବ୍ କମ୍ପାନି ଏହି ବିମାନ ନିର୍ମାଣ କରିଥାଏ । ସାବ ପକ୍ଷରୁ ଭାରତରେ ଗ୍ରିପେନର ଉତ୍ପାଦନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯ଼ାଇଛି ।

ବର୍ତ୍ତମାନ ସୀମାନ୍ତରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଉତ୍ତେଜନା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା ନିଜ ପାଇଁ ଆବଶ୍ୟକ ଥିବା ଲଢ଼ୁଆ ବିମାନ ସବୁକୁ ଯୁଦ୍ଧକାଳୀନ ଭିତ୍ତିରେ କିଣିବାକୁ ଚାହୁଁଛି । ଫ୍ରାନ୍ସଠାରୁ ଭାରତ ୩୬ ଟି ରାଫେଲ ବିମାନ କିଣୁଛି ଓ ଏଗୁଡ଼ିକର ଡେଲିଭରୀ ଆରମ୍ଭ ହୋଇଛି । ତେବେ ସରକାର କେବଳ ରାଫେଲ ଉପରେ ସଂପୂର୍ଣ୍ଣ ଭରସା ନକରି ଅନ୍ୟ କେତେକ ଅତ୍ୟାଧୁନିକ ବିମାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତ ଏବେ ଋଷ ନିର୍ମିତ ପୁରୁଣା ମିଗ ବିମାନକୁ ସଂପୂର୍ଣ୍ଣ ବଦଳାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଯୋଜନା ଅନୁସାରେ ମୋଟ ୧୧୪ଟି ଲଢୁଆ ବିମାନ କିଣିବାକୁ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର