ନୋଏଡା: ଆପେ ଆପେ ଜଳିଗଲା କାର୍। ଭିତରେ ବସିଥିବା ୨ଯୁବକ ଜୀବନ୍ତ ଦଗ୍ଧ। ଉତ୍ତରପ୍ରଦେଶର ନୋଏଡାରେ ଶନିବାର ସକାଳ ସମୟରେ ଘଟିଛି ଏହି ଘଟଣା। ଏପର୍ଯ୍ୟନ୍ତ କାରରେ ନିଆଁ ଲାଗିବା ପଛର କାରଣ ଓ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

Advertisment

ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ପ୍ରଦୀପ କୁମାର ଚୌବେଙ୍କ ଅନୁଯାୟୀ, ସେକ୍ଟର ୧୧୯ର ଅମ୍ରାପାଲି ପ୍ଲାଟିନମ ରେସିଡେନସିଆଲ ସୋସାଇଟି ବାହାରେ ଥିବା ମୁଖ୍ୟ ରାସ୍ତାରେ ଏକ ଧଳା ରଙ୍ଗର ସ୍ବିଫ୍ଟ କାରରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ସକାଳ ୬ଟା ୨୫ରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଭିତରେ ଥିବା ୨ଜଣ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। କାରଟି ପେଟ୍ରୋଲ ଚାଳିତ ଥିବା ବେ‌ଳେ ଏହାର ଗାଜିଆବାଦ ରେଜିଷ୍ଟ୍ରେସନ ନମ୍ବର ଥିଲା।

ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ନମିଳିଥିବା ସହ ନିଆଁ ଲାଗିବାରର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। କୁହାଯାଉଛି ଯେ, କାରଟି ସକାଳ ୬ଟା ୮ରେ ଆସି ଅମ୍ରାପାଲି ପ୍ଲାଟିନମ ରେସିଡେନସିଆଲ ସୋସାଇଟି ବାହାରେ ଠିଆ ହେବା ପରେ ୬ଟା ୧୧ରେ କାରରେ ନିଆଁ ଲାଗିଥିଲା। ଏବେ କାରରେ ଥିବା କୌଣସି ବୈଷୟିକ ତ୍ରୁଟି ପାଇଁ ନିଆଁ ଲାଗିଥିଲା କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।