ଭୟଙ୍କର ହେଲାଣି ସ୍ବାଇନ ଫ୍ଲୁ : ୨୫୦ ମୃତ, ୭ ହଜାର ଆକ୍ରାନ୍ତ

ରାଜସ୍ଥାନ : ୧୦୫, ଗୁଜରାଟ : ୫୪, ପଞ୍ଜାବ : ୩୦
ମଧ୍ୟପ୍ରଦେଶ : ୧୬, ମହାରାଷ୍ଟ୍ର : ୧୩, ଦିଲ୍ଲୀ : ୬

ନୂୂଆଦିଲ୍ଲୀ : ବର୍ଷ ଅ‌ାରମ୍ଭରୁ ଭୟଙ୍କର ରୂପ ଧାରଣ କଲାଣି ସ୍ବାଇନ ଫ୍ଲୁ। ଦେଶର ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ବର୍ତମାନ ସୁଦ୍ଧା ଏହି ରୋଗରେ ପ୍ରାୟ ୨୫୦ ଜଣ ପ୍ରାଣ ହରାଇଥିବା ବେଳେ ୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେ‌େବ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ରାଜସ୍ଥାନ। ଏଠାରେ ୧୦୫ ଜଣ ପ୍ରାଣ ହରାଇଥିବା ବେଳେ ୩ ହଜାର ଆକ୍ରାନ୍ତ ହେଲେଣି। ଏହାର ମୁକାବିଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

କେବଳ ରାଜସ୍ଥାନ ନୁହେଁ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ‌େତଲେଙ୍ଗାନା ଏବଂ କର୍ଣ୍ଣାଟକରେ ମଧ୍ୟ ସ୍ବାଇନଫ୍ଲୁକୁ ନେଇ ପରିସ୍ଥିତି ଗମ୍ଭୀର ହେଲାଣି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ରାଜସ୍ଥାନ ପଛକୁ ବେଶି କ୍ଷତିଗ୍ରସ୍ତ ହୋଇଛି ଗୁଜରାଟ। ଏହି ରାଜ୍ୟ‌େର ସ୍ବାଇନ ଫ୍ଲୁ ଯୋଗୁଁ ୫୪ ଜଣ ପ୍ରାଣ ହରାଇଥିବା ବେଳେ ୧୨୦୦ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେହିଭଳି ପଞ୍ଜାବରେ ମଧ୍ୟ ଗତ ୩୭ ଦିନ ମଧ୍ୟରେ ୩୦ ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟରେ ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ମଧ୍ୟ ଏଥିରୁ ବର୍ତି ପାରିନାହିଁ। ଏଠାରେ ୬ ଜଣ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ରାଜସ୍ଥାନ ଓ ଗୁଜରାଟ ପରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ବର୍ତମାନ ସୁଦ୍ଧା ୧୪୦୦ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି।

ମଧ୍ୟ ପ୍ରଦେଶରେ ୧୬ ଜଣ ପ୍ରାଣ ହରାଇଥିବା ବେଳେ ୮୧ ଜଣ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ‌େସହିଭଳି ହରିଆଣାରେ ୬୦୦ ଏବଂ ତେଲେଙ୍ଗାନାରେ ୪୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବରେ ପ୍ରତିଦିନ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏହି ତିନିଟି ରାଜ୍ୟକୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇଛି। ଏହି ଟିମ୍ ଘଟଣାସ୍ଥଳରେ ପରିସ୍ଥିିିତିର ଅନୁଧ୍ୟାନ କରିବା ସହିତ ଏହାର ମୁକାବିଲାରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ସହାୟତା କରିବେ। ଲୋକମାନଙ୍କ ମଧ୍ୟ‌େର ସଚେତନତା ସୃଷ୍ଟି କରିବା ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯଯାଇଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଥିଲେ।

ସୂଚନାଯୋଗ୍ୟ ଯେ ଗତବର୍ଷ ଦେଶରେ ସ୍ବାଇନଫ୍ଲୁ ଯୋଗୁଁ ୧୧୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ୧୫ ହଜାର ଲୋକ ଆକ୍ରାନ୍ତ ହୋଇଥିଲେ। ତେବେ ଏହି ରୋଗ ସବୁଠାରୁ ଭୟଙ୍କର ହୋଇଥିଲାଜ୨୦୧୫ରେ। ସେହିବର୍ଷ ୩୩ ହଜାର ୭୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ହଜାର ୩୫ ଜଣ ପ୍ରାଣ ହରାଇଥିଲେ। ସର୍ବାଧିକ କ୍ଷତିଗ୍ରସ୍ତ ଗୁଜରାଟରେ ୪୨୮ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ରାଜସ୍ଥାନରେ ୪୧୫, ମହାରାଷ୍ଟ୍ରରେ ୩୯୪ ଏବଂ ମଧ୍ୟ ପ୍ରଦେଶରେ ୨୯୯ ଲୋକ ପ୍ରାଣ ହରାଇଥିଲେ। ଓଡ଼ିଶାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର