ଦିଲ୍ଲୀରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ, ୧୮ ଜଣଙ୍କ ମୃତ୍ୟୁ, ୫୦୦ ଅସୁସ୍ଥ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ଯୋଗୁଁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ବିଗତ ଗୋଟିଏ ମାସ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୫୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ସେହିଭଳି ଜାନୁଆରି ୨୮ ସୁଦ୍ଧା ସ୍ୱାଇନ୍‌ ଫ୍ଲୁ ଆତଙ୍କରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀର ଜଣାଶୁଣା ହସ୍ପିଟାଲ ସଫଦରଗଞ୍ଜ ହସ୍ପିଟାଲରେ ଜଣେ ୩୫ ବର୍ଷିଅ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବର୍ଷ ୨୦୧୮ରେ ଦିଲ୍ଲୀରେ ରେକର୍ଡ ସଂଖ୍ୟାରେ ଲୋକେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୫୩୨ ଜଣ ଲୋକ ସ୍ୱାଇନ୍‌ ଫ୍ଲୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯାଇଛି।

ଶୀତ ଋତୁରେ ସ୍ୱାଇନ୍‌ ଫ୍ଲୁ ରୋଗ ବ୍ୟାପିଥାଏ। ସାଧାରଣତଃ ଡିସେମ୍ବର ଏବଂ ଜାନୁଆରି ମାସରେ ଲୋକେ ସ୍ୱାଇନ ଫ୍ଲୁ ରୋଗର ଶିକାର ହୋଇଥାନ୍ତି। ନିକଟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଦିଲ୍ଲୀ ବ୍ୟତୀତ ରାଜସ୍ଥାନ ଏବଂ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏଚ୍‌୧ଏନ୍‌୧ ଭାଇରସ ଦେଖାଯାଇଛି। ସ୍ୱାଇନ ଫ୍ଲ ଯୋଗୁଁ ଦେଶରେ ୧୬୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ରାଜସ୍ଥାନରୁ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର