ନୂଆଦିଲ୍ଲୀ: ସ୍ବାଇନ୍ ଫ୍ଲୁ ହେତୁ ଦେଶରେ ଏବେ ୩୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯,୦୦୦ରୁ ଅଧିକ ଆକ୍ରାନ୍ତ ଅଛନ୍ତି। କେବଳ ଗତ ସପ୍ତାହରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ରାଜସ୍ଥାନରେ ସ୍ବାଇନ୍ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ ରହିଛି। ରାଜସ୍ଥାନରେ ସ୍ବାଇନ୍ ଫ୍ଲୁ ହେତୁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ୨,୯୪୧ ଜଣ ଏଥିରେ ଆକ୍ରାନ୍ତ ଅଛନ୍ତି । ଏହା ପଛକୁ ଗୁଜରାଟରେ ସ୍ବାଇନ୍ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୫୫ରେ ପହଞ୍ଚିଛି ଏବଂ ଏଠାରେ ୧୪୩୧ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପଞ୍ଜାବରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମଧ୍ୟପ୍ରଦେଶରେ ୨୨ ଜଣଙ୍କ ସ୍ବାଇନ୍ଫ୍ଲୁ ଯୋଗୁଁ ମୃତ୍ୟୁ ହୋଇଛି। ଏହି ଦୁଇଟି ରାଜ୍ୟରେ ଯଥାକ୍ରମେ ୩୩୫ ଏବଂ ୯୮ ଜଣ ଏଚୱାନ୍ଏନ୍ୱାନ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ସ୍ବାଇନ୍ ଫ୍ଲୁ ମୃତ୍ୟୁସଂଖ୍ୟା ୩୧୨ ଛୁଇଁଲା
/sambad/media/post_attachments/wp-content/uploads/2019/02/swine-flue-1.jpg)
/sambad/media/agency_attachments/2024-07-24t043029592z-sambad-original.webp)