ନିରବ ମୋଦୀ ଓ ତାଙ୍କ ଭଉଣୀ ପୂର୍ବୀ ମୋଦୀଙ୍କର ୨୮୩ କୋଟି ଟଙ୍କା ଥିବା ୪ଟି ଆକାଉଣ୍ଟ୍‌କୁ ଅଚଳ କଲେ ସୁଇସ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ସୁଇଜରଲାଣ୍ଡ୍‌ରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦୀଙ୍କର ୨୮୩. ୧୬ କୋଟି ଟଙ୍କା ଜମା ଥିବା ୪ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ସୁଇସ୍‌ କର୍ତ୍ତୃପକ୍ଷମାନେ ଫ୍ରିଜ୍‌ କରି ଦେଇଛନ୍ତି।

ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) ଆଧାରରେ ପ୍ରବର୍ତ୍ତନ ନିର୍ଦେଶାଳୟର ଅନୁରୋଧକ୍ରମେ ସେମାନଙ୍କର ଆକାଉଣ୍ଟ୍‌ ଫ୍ରିଜ୍‌ କରାଯାଇଛି। ସମ୍ପୃକ୍ତ ବ୍ୟାଙ୍କ୍‌ରେ ଜମା ହୋଇଥିବା ଟଙ୍କା ଭାରତୀୟ ବ୍ୟାଙ୍କ୍‌ରୁ ଚୋରି ହୋଇ ହୋଇ ଗଚ୍ଛିତ ଥିବା ବେଆଇନ୍‌ ପାଣ୍ଠିରୁ ଯାଇଛି। ତାହା ଅପରାଧ ଅନ୍ତର୍ଭୁକ୍ତ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ସୁଇଜର୍‌ଲାଣ୍ଡ୍‌ କର୍ତ୍ତୃପକ୍ଷଙ୍କୁ ଦର୍ଶାଇ ଥିଲେ।

Image Source: Zee News

ଜାଲ୍‌ ‘ଏଲ୍‌ଓୟୁ’ ଚିଠି ଜରିଆରେ ପଳାତକ ହୀରା ବ୍ୟବସାୟୀ ରାଷ୍ଟ୍ରାୟତ ‘ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌’ରୁ ଟଙ୍କା ନେଇଥିଲେ। ସେ ପ୍ରାୟ ୧୩, ୫୦୦ କୋଟି ଟଙ୍କା ହଡ଼ପ କରିଥିବା କଥା ଭାରତୀୟ କର୍ତ୍ତୃପକ୍ଷ ଆକଳନ କରିଛନ୍ତି। ତାଙ୍କ ପାଖରେ ଅନେକ ପାସ୍‌ପୋର୍ଟ ରହିଛି।

ମାର୍ଚ ମାସଠାରୁ ନିରବ ମୋଦୀ ଇଂଲଣ୍ଡର ଓ୍ଵାଣ୍ଡ୍‌ସ୍‌ଓ୍ଵର୍ଥ କାରାଗାରରେ ବନ୍ଦୀ ଅଛନ୍ତି। ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯାଇଛି।

ସମ୍ବନ୍ଧିତ ଖବର