ମାଲ୍ୟାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସମ୍ବନ୍ଧରେ ସିବିଆଇକୁ ସୂଚନା ଦେବେ ସୁଇସ୍‌ ସରକାର

ଲଣ୍ଡନ: ସୁଇଜର୍‌ଲାଣ୍ଡ୍‌ର ସର୍ବୋଚ୍ଚ ନ୍ୟାୟାଳୟରେ ସିବିଆଇ ମୁଖ୍ୟଙ୍କ ଦୁର୍ନୀତି ପ୍ରସଙ୍ଗ ଜଣାଇ ତାଙ୍କ ଆକାଉଣ୍ଟ୍‌ ସମ୍ବନ୍ଧରେ ସୂଚନା ନ ଦେବାକୁ ବିଜୟ ମାଲ୍ୟାଙ୍କ ମାଲ୍ୟା ଉଦ୍ୟମ କରିବା ସତ୍ତ୍ୱେ ତାଙ୍କ ସୁଇସ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସମ୍ବନ୍ଧରେ ସିବିଆଇକୁ ସୂଚନା ହସ୍ତାନ୍ତର କରିବେ ସୁଇସ୍‌ ସରକାର।

ପଳାତକ ବ୍ୟବସାୟୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ଗୁଡ଼ିକରୁ ୪ଟିକୁ ବ୍ଲକ୍‌ କରିବାକୁ ସିବିଆଇ ସୁଇସ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

୨୦୧୮ ମସିହା ଅଗଷ୍ଟ ୧୪ ତାରିଖ ଦିନ ଜେନେଭାର ପବ୍ଲିକ୍‌ ପ୍ରୋଜେକ୍ୟୁଟର୍‌ କେବଳ ଅନୁରୋଧ ରକ୍ଷା କରି ନ ଥିଲେ, ମାଲ୍ୟାଙ୍କର ଆଉ ତିନୋଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ବିବରଣୀ ମଧ୍ୟ ଭାରତକୁ ଦେଇଥିଲେ।

ଏହାକୁ ବିରୋଧ କରି ମାଲ୍ୟାଙ୍କ ସୁଇସ୍‌ ଲିଗାଲ୍‌ ଟିମ୍‌ ସୁଇଜର୍‌ଲାଣ୍ଡ୍‌ର ସର୍ବୋଚ୍ଚ ନ୍ୟାୟଳୟକୁ ଯାଇଥିଲେ। ମାଲ୍ୟା ମଧ୍ୟ ସୁଇସ୍‌ ଅଦାଲତରେ ମାନବିକ ଅଧିକାର ସଂକ୍ରାନ୍ତ ଇଉରୋପିୟାନ୍‌ କନ୍‌ଭେନ୍‌ସନ୍‌ର ଆର୍ଟିକ୍ଲ୍‌ ୬ ଉପସ୍ଥାପନ କରିଥିଲେ।

ସିବିଆଇକୁ ଯେଉଁ କମ୍ପାନିଗୁଡ଼ିକର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବିବରଣୀ ସେୟାର୍‌ କରାଯିବ ସେମାନେ ମଧ୍ୟ ସୁଇସ୍‌ କୋର୍ଟରେ ଏହା ବିରୋଧରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର