ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଆସିଲା ବିସ୍ଫୋରଣର ଖବର। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ଏକାଧିକ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି।
ଜଣାପଡ଼ିନାହିଁ କାରଣ
ସ୍ୱିଜରଲ୍ୟାଣ୍ଡ ପୁଲିସ କହିଛି ଯେ, ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ ଘଟିଛି। ଘଟଣା ଘଟିବା ପରେ ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେବା ଆରମ୍ଭ କରିଛି। ଏହା ସହିତ ଉଦ୍ଧାର କାମ ଆରମ୍ଭ ହୋଇଛି। କୁହାଯାଉଛି ଯେ, ବାର୍ରେ ନୂତନ ବର୍ଷର ପାଳନ ପାଇଁ ଲୋକେ ପାର୍ଟି କରିବାକୁ ବାର୍ରେ ପହଞ୍ଚିଥିଲେ। ବିସ୍ଫୋରଣ ଘଟିବା ବେଳେ ଏକାଧିକ ଲୋକ ବାର୍ ଭିତରେ ଥିଲେ। ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ଓ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।
ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ
ଡିସେମ୍ବର ୨୦୨୫ରେ ଗୋଆର ଏକ ନାଇଟ୍ କ୍ଲବରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା। ଉତ୍ତର ଗୋଆର ପର୍ଯ୍ୟଟନ କେନ୍ଦ୍ର ଅର୍ପୋରାସ୍ଥିତ ଲୋକପ୍ରିୟ ନାଇଟ୍ କ୍ଲବ୍ ‘ବର୍ଚ ବାଏ ରୋମିଓ ଲେନ୍’ରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ। ରାତି ପ୍ରାୟ ୧ଟା ୫ ମିନିଟ୍ ସମୟରେ କ୍ଲବ୍ର ଦ୍ବିତୀୟ ମହଲାରେ ହଠାତ୍ ନିଆଁ ଲାଗିବା ସହ କିଛି ସେକେଣ୍ଡ୍ ମଧ୍ୟରେ ସମଗ୍ର କ୍ଲବ୍ ନିଆଁର ବଳୟ ଭିତରକୁ ଆସିଯାଇଥିଲା। ବେସ୍ମେଣ୍ଟ୍ ଓ ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା ଲୋକେ ନିଆଁ ଓ ଧୂଆଁରେ ଫସି ରହିଯାଇଥିଲେ।
ଆହୁରି ପଢ଼ନ୍ତୁ: Two Countries Restrict American Entry: ଟ୍ରମ୍ପଙ୍କୁ ଜବାବ ଦେଲେ ଏହି ଦୁଇ ଦେଶ, ପ୍ରବେଶ କରିପାରିବେନି ଆମେରିକୀୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/01/switzerland-2026-01-01-12-43-30.jpg)