ମସ୍କୋ: ୟୁକ୍ରେନ୍ ଯୁଦ୍ଧ-ଘନଘଟା ଭିତରେ ଚେଞ୍ଜ ଡଟ୍ ଅର୍ଗରେ ଏକ ପିଟିସନ ଦାୟର କରାଯାଇଛି, ଯେଉଁଥିରେ ଜନୈକା ପୂର୍ବତନ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିମ୍ନାଷ୍ଟ ୩୮ ବର୍ଷୀୟା ଆଲିନା କାବେଭାଙ୍କୁ ଟାର୍ଗେଟ କରାଯାଇଛି। କାବେଭା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକା ବୋଲି ଦାବି କରାଯାଉଛି। ସେ ସ୍ବିଜରଲାଣ୍ଡରେ ଏକ ବିଳାସପୂର୍ଣ୍ଣ ଭିଲ୍ଲାରେ ନିଜର ତିନି ପିଲାଙ୍କ ସହ ଆତ୍ମଗୋପନ କରିଛନ୍ତି ବୋଲି କୁହାଯାଉଥିବା ବେଳେ ରୁଷିଆ, ୟୁକ୍ରେନ୍ ଓ ବେଲାରୁଷରୁ ଆବେଦନକାରୀମାନେ ସ୍ବିଜରଲାଣ୍ଡ ତାଙ୍କୁ ବହିଷ୍କାର କରୁ ବୋଲି ଦାବି କରିଛନ୍ତି। କାବେଭା ପୁଟିନଙ୍କ ପ୍ରେମିକା ବୋଲି ଗାର୍ଡିଆନ ପରି ଅନେକ ଗଣମାଧ୍ୟମ ଦାବି କରିଥିଲେ ମଧ୍ୟ ପୁଟିନ କେବେ ଏହାକୁ ପ୍ରକାଶ୍ୟରେ ସ୍ବୀକାର କରିନାହାନ୍ତି। ସୂତ୍ର ଅନୁସାରେ ୟୁକ୍ରେନ୍ ଯୁଦ୍ଧ ଭିତରେ କାବେଭାଙ୍କୁ ସ୍ବିଜରଲାଣ୍ଡ ପଠାଇ ଦିଆଯାଇଛି। ଆଲିନା କାବେଭା ପୁଟିନଙ୍କ ୟୁନାଇଟେଡ୍ ରଷିଆ ପାର୍ଟିର ସାଂସଦ ଭାବେ ଛଅବର୍ଷ କଟାଇଛନ୍ତି। ପ୍ରୋ-କ୍ରେମ୍ଲିନ୍ ନ୍ୟାସନାଲ ମିଡ଼ିଆ ଗ୍ରୁପ୍ର ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଭାବେ ସେ ୭ ବର୍ଷରୁ ଅଧିକ କାଳ ଦାୟିତ୍ବ ନିଭାଇ ଆସିଛନ୍ତି। ଡେଲି ମେଲ ଅନୁସାରେ ସେ ବାର୍ଷିକ ୮ ନିୟୁତ ପାଉଣ୍ଡ ଦରମା ପାଉଥିଲେ। କାବେଭା ୨୦୦୪ ଅଲିମ୍ପିକ୍ସରେ ରିଦ୍ମିକ୍ ଜିମ୍ନାଷ୍ଟିକ୍ସ ପାଇଁ ସ୍ବର୍ଣ୍ଣପଦକ ପାଇଥିଲେ।
ପୁଟିନଙ୍କ ପ୍ରେମିକାଙ୍କୁ ସ୍ବିଜରଲାଣ୍ଡ ଆଶ୍ରୟ ନ ଦେଉ
/sambad/media/post_attachments/wp-content/uploads/2022/03/da6g465da465da4adg65456dagaggdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)