ସ୍ବିଜରଲାଣ୍ଡରେ ନିଷିଦ୍ଧ ହେବ କି ଇଲେକ୍ଟ୍ରିକ୍ ଯାନ ?

ବର୍ନ : ସମଗ୍ର ବିଶ୍ବରେ ଏବେ ଇଲେକ୍ଟ୍ରିକ୍ ଯାନର କ୍ରେଜ୍ ବଢିଯାଇଛି । ଭାରତରେ ବି ଲୋକମାନେ ଇଲେକ୍ଟ୍ରିକ୍ ଯାନ ବହୁଳ ସଂଖ୍ୟାରେ କିଣୁଛନ୍ତି । ପରିବେଶ ସୁରକ୍ଷା ପାଇଁ ସମଗ୍ର ବିଶ୍ବରେ ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ସ୍ବିଜରଲାଣ୍ଡ ନିଜ ଦେଶରେ ଏପରି ଗାଡ଼ି ଉପରେ କଟକଣା ଲଗାଇବାକୁ ଯୋଜନା କରୁଛି । ତେବେ ଏହାର କାରଣ କ’ଣ ?

ଏହାର କାରଣ ହେଉଛି ବିଦ୍ୟୁତ ଶକ୍ତି ବଞ୍ଚାଇବାକୁ ସ୍ବିଜରଲାଣ୍ଡ ସରକାର ଏହି ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ସ୍ବିଜରଲାଣ୍ଡର ଶକ୍ତି ଆବଶ୍ୟକତାର ୬୦ ପ୍ରତିଶତ ଜଳବିଦ୍ୟୁତ ଉତ୍ସରୁ ଆସିଥାଏ । ଅବଶିଷ୍ଟ ଅନ୍ୟ ଉତ୍ସ ଓ ଜର୍ମାନି ଓ ଫ୍ରାନ୍ସରୁ ଆମଦାନୀ କରି ମେଣ୍ଟା ଯାଇଥାଏ ।

କିନ୍ତୁ ୟୁକ୍ରେନ ଯୁଦ୍ଧ ଯୋଗୁଁ ଏସବୁ ଦେଶକୁ ରୁଷର ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଥିବାରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । ଏଣୁ ସେସବୁ ଦେଶ ବିଦ୍ୟୁତ ରପ୍ତାନି କମାଇଦେଇଛନ୍ତି । ଶୀତଋତୁ ଚାଲିଥିବାରୁ ସ୍ବିଜରଲାଣ୍ଡରେ ବି ଜଳବିଦ୍ୟୁତ ଉତ୍ପାଦନ କମିଛି । ଏଣୁ ସାମଗ୍ରିକ ଭାବେ ଦେଶରେ ବିଦ୍ୟୁତ ସଂକଟ ଦେଖାଦେବାର ଆଶଙ୍କା ରହିଛି । ଏଣୁ ବିଦ୍ୟୁତ ଶକ୍ତି ବଞ୍ଚାଇବାକୁ ସ୍ବିଜରଲାଣ୍ଡ ସରକାର ଏହି ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବିଦ୍ୟୁତ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି ।

 

ସମ୍ବନ୍ଧିତ ଖବର