ସିଡନୀ: ଅଷ୍ଟ୍ରେଲିଆର ରାଜଧାନୀ ସିଡନୀ ରବିବାର ଆତଙ୍କୀ ଆକ୍ରମଣରେ ଥରି ଉଠିଥିଲା। ବଣ୍ଡି ବିଚ୍ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ପ୍ରଥମେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ଏବେ ବଢ଼ି ୧୬ରେ ପହଞ୍ଚିଛି। ଏହା ସହିତ ୪୦ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬:୪୫ ସମୟରେ ଆର୍ଚର ପାର୍କ ଓ ବଣ୍ଡି ପ୍ୟାଭିଲିୟନ୍ ନିକଟରେ ଚାଲିଥିବା ‘ହାନୁକା’ ଉତ୍ସବରେ ହଠାତ୍ ଇହୁଦୀଙ୍କୁ ଟାର୍ଗେଟ୍ କରି ଦୁଇ ଜଣ ଆତଙ୍କୀ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିଥିଲେ। ସେତେବେଳେ ଘଟଣାସ୍ଥଳରେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିଲେ। ଇସ୍ରାଏଲରେ ଗତ ‘ଅକ୍ଟୋବର ୭’ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି ଏହି ବଣ୍ଡି ବିଚ୍ ଗୁଳିକାଣ୍ଡରେ ଆହତ ହୋଇଥିବା ଜଣାପଡ଼ିଛି। ଜଣାଶୁଣା ଇହୁଦୀ ନେତା ଆର୍ସେନ୍ ଓଷ୍ଟ୍ରୋଭସ୍କି ମଧ୍ୟ ଆହତ ହୋଇଥିବା ପୁଲିସ ସ୍ପଷ୍ଟ କରିଛି।
୨ଆତଙ୍କୀ ଥିଲେ ପାକିସ୍ତାନୀ ବାପ-ପୁଅ
ଏବେ ଆକ୍ରମଣକାରୀଙ୍କୁ ନେଇ ବଡ଼ ଖୁଲାସା ହୋଇଛି। ୨ଆତଙ୍କୀ ପାକିସ୍ତାନୀ ହୋଇଥିବା ବେଳେ ସେମାନେ ବାପ-ପୁଅ ଥିଲେ। ପୁଲିସର ପାଲଟା ଗୁଳିରେ ୫୦ ବର୍ଷୀୟ ପିତା ସାଜିଦ ଆକ୍ରମ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଆତଙ୍କୀ ପୁଅ ନବିଦ ଆକ୍ରମ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ଟୋନି ବର୍କ କହିଛନ୍ତି ଯେ, ନବୀଦ ଆକ୍ରମ ଜଣେ ଅଷ୍ଟ୍ରେଲୀୟ ନାଗରିକ। ତାଙ୍କ ବାପା ୧୯୯୮ ମସିହାରେ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଆସିଥିଲେ। ତାଙ୍କୁ ୨୦୦୧ ମସିହାରେ ଏକ ପାର୍ଟନର ଭିସା ଦିଆଯାଇଥିଲା। ବିଦେଶ ଯାତ୍ରା କରିବା ପରେ ସେ ରେସିଡେଣ୍ଟ ରିଟର୍ଣ୍ଣ ଭିସାରେ ରହୁଥିଲେ। ଆକ୍ରମଣ ପୂର୍ବରୁ, ଆତଙ୍କବାଦୀ ପିତା ଏବଂ ପୁତ୍ର ଉଭୟ ପରିବାରକୁ କହିଥିଲେ ଯେ, ସେମାନେ ଦକ୍ଷିଣ ଉପକୂଳକୁ ମାଛ ଧରିବାକୁ ଯାଉଛନ୍ତି। ହେଲେ ସେମାନଙ୍କ ଯୋଜନା ଥିଲା କିଛି ଅଲଗା।
ଆହୁରି ପଢ଼ନ୍ତୁ: AQI In Delhi: ଦିଲ୍ଲୀରେ ୪୮୩ ପାର୍ କଲା AQI, ଦୃଶ୍ୟମାନ୍ୟତା ଶୂନ ହେବାରୁ ୪୦ବିମାନ ଉଡ଼ାଣ ବାତିଲ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/15/terror-attack-2025-12-15-10-38-58.jpg)