ସିଡନି : ଅଷ୍ଟ୍ରେଲିଆର ସିଡନୀରେ ପୁଣି ଥରେ ଛୁରାମାଡ଼ ହୋଇଛି । ସିଡନୀର ଏକ ଚର୍ଚ୍ଚରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଜଣେ ବିଶପଙ୍କ ସମେତ ଆଉ କିଛି ଲୋକ ଆହତ ହୋଇଛନ୍ତି । ତିନି ଦିନ ମଧ୍ୟରେ ଛୁରାମାଡ଼ର ଏହା ଦ୍ୱିତୀୟ ଘଟଣା।

Advertisment

ପଶ୍ଚିମ ସିଡନୀର ୱାକ୍ଲି ଅଞ୍ଚଳରେ ଥିବା ଖ୍ରୀଷ୍ଟ ଦ ଗୁଡ୍ ସେଫର୍ଡ ଚର୍ଚ୍ଚରେ ଉପଦେଶ ଦେବା ସମୟରେ ବିଶପ୍ ମାରି ଇମାନୁଏଲଙ୍କୁ ନିର୍ମମ ଭାବେ ଛୁରାମାଡ଼ କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଆକ୍ରମଣକାରୀ ବିଶପଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସଙ୍ଗେ ସଙ୍ଗେ ସେ ସେଠାରେ ପଡ଼ି ଯାଇଥିଲେ । ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ଆକ୍ରମଣକାରୀ ଆଉ କେତେ ଲୋକଙ୍କୁ ଆକ୍ରମଣ କରିଥିଲା । କେଉଁ ଧାରୁଆ ଅସ୍ତ୍ର ମାଧ୍ୟମରେ ଏହି ଆକ୍ରମଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କେତେକ ରିପୋର୍ଟ ଅନୁସାରେ ଦୁର୍ବୃତ୍ତ ଏକ ପେନ ବ୍ୟବହାର କରି ଆକ୍ରମଣ କରିଥିଲା । ଏହି ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

ଏ ସମ୍ପର୍କରେ ଖବର ପାଇଁ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆକ୍ରମଣକାରୀକୁ ଗିରଫ କରିଥିଲା । ଆହତମାଙ୍କ ଅବସ୍ଥା ଗୁରୁତର ନୁହେଁ ବୋଲି ପୁଲିସ କହିଛି ।