ନୂଆଦିଲ୍ଲୀ :ଉତ୍ତର ପଶ୍ଚିମ ସିରିଆ ଅନ୍ତର୍ଗତ ଇଦ୍ଲିବ ପ୍ରଦେଶର ଜିହାଦୀ କବଳିତ ଖାଁ ଶେଖୁନ୍ ସହରରେ ସିରିଆ ବାୟୁସେନା ଆକ୍ରମଣରେ ୧୩ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାର ଆକ୍ରମଣ ହେତୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସିରିଆ ମାନବାଧିକାରର ମୁଖ୍ୟ (ଅବଜରବେଟୋରି) ରାମି ଅବଦେଲ ରହମାନ୍ କହିଛନ୍ତି। ଖାନ୍ ଶେଖୁନ୍ର ଇଡଲିବ୍ ପ୍ରଦେଶ ସହରରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ରାମି କହିଛନ୍ତି ଏହି ଆକ୍ରମଣ ବୋଧହୁଏ ସିରିଆ ବାୟୁସେନା ଦ୍ୱାରା କରାଯାଇଛି। ସିରିଆ ବାୟୁସେନା ଇଡଲିବ୍ ପ୍ରଦେଶରେ ଜିହାଦିଙ୍କ ବିରୋଧରେ ବିସ୍ଫୋରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଥିବାବେଳେ ସାଧାରଣ ଜନତା ଏହାର ଶିକାର ହୋଇଥିବା ସେ କହିଛନ୍ତି। ଇଡଲିବ୍ ପ୍ରଦେଶ ସମେତ ଅନ୍ୟ ସବୁ ଅଞ୍ଚଳ ସହ ଖାନ୍ ଶେଖୁନ୍ ମଧ୍ୟ ଜିହାଦି ଗୋଷ୍ଠୀ ହୟାତ ତାହିର ଅଲ-ଶାମ୍ ଦ୍ୱାରା ନିୟନ୍ତ୍ରିତ ହୋଇଛି। ସହରରେ ଏପ୍ରିଲ ମାସରେ ହୋଇଥିବା ସୈରିନ୍ ଗ୍ୟାସ୍ ଆକ୍ରମଣରେ ୮୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରେ ୩୦ ଜଣ ଶିଶୁ ଥିଲେ।
ଜିହାଦୀଙ୍କ ଉପରେ ସିରିଆ ବାୟୁସେନା ଆକ୍ରମଣ
ଇଦ୍ଲିବ୍ ପ୍ରଦେଶରେ ୧୩ ନାଗରିକ ମୃତ
/sambad/media/post_attachments/wp-content/uploads/2017/10/98217476_mediaitem98217470.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)