ଇସ୍ରାଏଲ ଆକ୍ରମଣ ଭୟରେ ସିରିୟା ଛାଡ଼ି ପଳାଇଲେ ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ

ସିରିଆର ରାଷ୍ଟ୍ରପତି ଅହମଦ ଅଲ ଶାରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଜ ନିଜ ପରିବାର ସହିତ ରାଜଧାନୀ ଦମାସ୍କସ୍ ଛାଡି ପଳାଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ଅଲ ମାୟାଦିନ ଖବରକାଗଜ ଏହି ଦାବି କରିଛି।

New Project (19)

ଦମାସ୍କସ୍: ସିରିଆର ରାଷ୍ଟ୍ରପତି ଅହମଦ ଅଲ ଶାରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଜ ନିଜ ପରିବାର ସହିତ ରାଜଧାନୀ ଦମାସ୍କସ୍ ଛାଡି ପଳାଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ଅଲ ମାୟାଦିନ ଖବରକାଗଜ ଏହି ଦାବି କରିଛି। 

ଅଲ ଶାରାଙ୍କ ଦମାସ୍କସ୍ ଛାଡିବା ଏପରି ଏକ ସମୟରେ କୁହାଯାଉଛି ଯେତେବେଳେ ସିରିଆର ସୈନ୍ୟମାନେ ପୁଣି ଥରେ ଡ୍ରୁଜ ସଂପ୍ରଦାୟ ବହୁଳ ସହର ସୁୱେଇଦାକୁ ଦଖଲ କରିଛନ୍ତି।

ଅହମ୍ମଦ ଅଲ୍ ଶାରା ଇସ୍ରାଏଲର ଟାର୍ଗେଟରେ ଅଛନ୍ତି। ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ହମାସ କମାଣ୍ଡରମାନଙ୍କୁ ଯେପରି ହତ୍ୟା କରାଯାଇଥିଲା ସେହିପରି ଅଲ୍ ଶାରାଙ୍କୁ ହତ୍ୟା କରାଯିବ ।

ଖବରକାଗଜ ଅନୁଯାୟୀ, ଅଲ ଶାରା ଏବଂ ତାଙ୍କ ପରିବାର ଇଦବିବକୁ ଚାଲିଯାଇଛନ୍ତି। ସିରିଆର ଇଦବିବ ସହର ତୁର୍କୀ ସୀମା ନିକଟରେ ଅବସ୍ଥିତ। ଆଉ କେତେକ ରିପୋର୍ଟ ଅନୁସାରେ ସେ ତୁର୍କୀ ପଳାଇଯାଇଥିବା ସଂଦେହ କରାଯାଉଛି । ତେବେ ପ୍ରତିରକ୍ଷା ମନ୍ତ୍ରୀ କୁଆଡ଼େ ଯାଇଛନ୍ତି ସେ ସଂପର୍କରେ ଏହି ରିପୋର୍ଟରେ କିଛି କୁହାଯାଇନାହିଁ ।  

ଜୁଲାଇ ୧୬ ତାରିଖରେ ଯେତେବେଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଦମାସ୍କସରେ ସିରିଆର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା, ତୁର୍କୀ ସିରିଆ ରାଷ୍ଟ୍ରପତିଙ୍କୁ ତୁରନ୍ତ ରାଷ୍ଟ୍ରପତି ଭବନ ଛାଡିବାକୁ ପରାମର୍ଶ ଦେଇଥିଲା। କାରଣ ଅହମ୍ମଦ ଅଲ୍ ଶାରା ଇସ୍ରାଏଲର ଟାର୍ଗେଟରେ ଅଛନ୍ତି। ଇସ୍ରାଏଲର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ହମାସ କମାଣ୍ଡରମାନଙ୍କୁ ଯେପରି ହତ୍ୟା କରାଯାଇଥିଲା ସେହିପରି ଅଲ୍ ଶାରାଙ୍କୁ ହତ୍ୟା କରାଯିବ । ଇସ୍ରାଏଲ ସରକାର ଜୁଲାଇ ୧୬ ତାରିଖରେ ଅହମ୍ମଦ ଅଲ୍ ଶାରାଙ୍କ ଘର ନିକଟରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe