ସେନାରେ ସାମିଲ ହେବ ୪୬୪ଟି ଶକ୍ତିଶାଳୀ ଟି-୯୦ ଭୀଷ୍ମ, ପାକ ସୀମାରେ ମୃତୟନ ହେବ

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଦିନକୁ ଦିନ ଉତ୍ତେଜନା ବଢୁଥିବାରୁ ଭାରତ ନିଜର ପ୍ରମୁଖ ଯୁଦ୍ଧ ଟ୍ୟାଙ୍କ ଟି-୯୦ ଭୀଷ୍ମକୁ ସେଠାରେ ମୃତୟନ କରିବାକୁ ନିଷ୍ପତ୍ତି ନେଇଛି । ଚେନ୍ନାଇ ନିକଟରେ ଥିବା ଆଭାଡି ସ୍ଥିତି ହେଭି ଭେହିକ୍ଲ ଫାକ୍ଟରୀରେ ନିର୍ମାଣ ହେଉଥିବା ଏହି ଟ୍ୟାଙ୍କ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଟ୍ୟାଙ୍କ । ଭାରତୀୟ ସେନାର ଯୋଜନା ଅନୁସାରେ ସୀମାରେ ମୋଟ ପ୍ରାୟ ୪୬୪ଟି ଭୀଷ୍ମ ଟ୍ୟାଙ୍କ ମୃତୟନ କରାଯିବ ।

ଋଷୀୟ ପ୍ରଯୁକ୍ତିରେ ନିର୍ମିତ ଟି-୯୦ ଭୀଷ୍ମର ବିଭିନ୍ନ ବିଶେଷତା ମଧ୍ୟରେ ରହିଛି ଏଥିରେ ନାଇଟ ଭିଜନ କାପାବିଲିଟି (ରାତିରେ ଦୃଶ୍ୟମାନ କ୍ଷମତା), ଥର୍ମାଲ ଇମେଜିଂବ୍ୟବସ୍ଥା, ଘାତକ ମାରକ କ୍ଷମତା ରହିଛି । ତେବେ ଏହି ୪୬୪ଟି ଟ୍ୟାଙ୍କ ପର୍ଯ୍ୟାୟକ୍ରମେ ଭାରତୀୟ ସେନାରେ ସାମିଲ କରାଯିବ । ପ୍ରଥମ ଦଫାରେ ଆସନ୍ତା ୩୦ରୁ ୪୧ ମାସ ମଧ୍ୟରେ ୬୪ଟି ଟ୍ୟାଙ୍କ ସେନାରେ ସାମିଲ କରି ମୃତୟନ କରାଯିବ ବୋଲି ଜଣାପଡିଛି । ଋଷୀୟ କମ୍ପାନି ଉରାଲଭାଗନଜାଭୋଡ୍‌ ରୁ ଏହି ଟ୍ୟାଙ୍କର ଯନ୍ତ୍ରାଂଶ ଭାରତ ଆସି ଆଭାଡି ସ୍ଥିତ ହେଭି ଭେହିକ୍ଲ ଫାକ୍ଟରୀରେ ଆସେମ୍ବଲ କରାଯାଏ ।

ସମ୍ବନ୍ଧିତ ଖବର