ତରୋବା: ଟି-୨୦ ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ତିନିଦାଦର ତରୋବାର ବ୍ରିୟାନ ଲାରା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୁଲ ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ବିପଜ୍ଜନକ ବୋଲିଂ ସାମ୍ନାରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ପାୱାର ପ୍ଲେରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇଥିଲା। ଯାହା ପରେ ଟି-୨୦ ବିଶ୍ୱକପ ଇତିହାସରେ ଆଫଗାନିସ୍ତାନ ନାମରେ ଏକ ଲଜ୍ଜାଜନକ ରେକର୍ଡ ପଞ୍ଜିକୃତ ହୋଇଛି।

Advertisment

https://twitter.com/ProfessorTanve1/status/1806130995365630154?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1806130995365630154%7Ctwgr%5Eb17e2f29a8d37ec77217f242fe3236499c6ca932%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fsports-news%2Ft20-world-cup-2024-sa-vs-afg-semi-final-1-afghanistan-lose-5-wickets-powerplay%2F764692%2F

ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦଳ ଉପରେ ବ୍ୟାକଫାୟାର କରିଥିଲା। ଆଫଗାନିସ୍ତାନର ୱିକେଟ୍ ପ୍ରଥମରୁ ଓଭରରୁ ଖସିଯିବାକୁ ଲାଗିଲା। ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାକୁ ଲାଗିଲା। ପାୱାର ପ୍ଲେରେ ଆଫଗାନିସ୍ତାନ ଦଳ ୫ ୱିକେଟ୍ ହରାଇଥିଲା। ଟି-୨୦ ବିଶ୍ୱକପ ଇତିହାସରେ ଏହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଟି-୧୦ ବିଶ୍ୱକପ ସେମିଫାଇନାଲ ମ୍ୟାଚର ପାୱାରପ୍ଲେରେ ୫ ୱିକେଟ ହରାଇ ଆଫଗାନିସ୍ତାନ ପ୍ରଥମ ଦଳ ଭାବେ ରେକର୍ଡ କରିଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ୧୧.୫ ଓଭରରେ ମାତ୍ର ୫୬ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନର ୧୦ ଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କରେ ମଧ୍ୟ ପହଞ୍ଚିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକାର ବୋଲରମାନେ ବହୁତ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ।

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନମାନଙ୍କୁ ଆଦୌ ହାତ ଖୋଲିବାର ସୁଯୋଗ ଦିଆଯାଇ ନ ଥିଲା। ଦକ୍ଷିଣ ଆଫ୍ରିକା ପାଇଁ ବୋଲିଂ କରୁଥିବାବେଳେ ମାର୍କୋ ଜାନସେନ୍ ଏବଂ ଟାବ୍ରେଜ୍ ଶାମସି ୩-୩ ୱିକେଟ୍ ନେଇଥିଲେ। ଏହା ସହିତ କାଗିସୋ ରାବାଡା ୨ ଟି ୱିକେଟ୍ ନେଇଥିଲେ ଏବଂ ଏନ୍ରିକ୍ ମଧ୍ୟ ୨ ୱିକେଟ୍ ନେଇଥିଲେ।