ଅନଲାଇନରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ୯.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଟାବଲେଟ

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି ଯେ କରୋନା କାରଣରୁ ତାଙ୍କ ସରକାର ଅନଲାଇନରେ ପାଠ ପଢ଼ୁଥିବା ସାଢେ ୯ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୧୪ ହଜାର ଉଚ୍ଚ ମାଧ୍ୟମିକ ଏବଂ ୬୩୬ ମଦ୍ରାସା ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହେବେ।

ମମତା କହିଛନ୍ତି ଯେ,’କରୋନା କାରଣରୁ ଅଧିକାଂଶ ଅନଲାଇନ୍ କ୍ଲାସ କରାଯାଉଛି | ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ କମ୍ପ୍ୟୁଟର, ଲାପଟପ୍, ଟ୍ୟାବ୍ କିମ୍ବା ସ୍ମାର୍ଟଫୋନ୍ ନାହିଁ, ତେଣୁ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ କରିପାରୁନାହାନ୍ତି | ସେଥିପାଇଁ ରାଜ୍ୟ ସରକାର ସାଢେ ୯ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି’।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଛି ଏବଂ ଏଥର ବିଜେପି ତୃଣମୂଳ କଂଗ୍ରେସ ପାଇଁ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଛି। ଏଭଳି ପରିସ୍ଥିତିରେ ମମତା ଭୋଟରଙ୍କୁ ଆକର୍ଷିତ କରିବାକୁ କୌଣସି ସୁଯୋଗ ଛାଡୁନାହାଁନ୍ତି।

ସମ୍ବନ୍ଧିତ ଖବର