ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ମହାମାରୀ ବ୍ୟାପିବା ପରେ ଜାରି ହୋଇଥିବା ମାର୍ଗଦର୍ଶିକା ଏବଂ ଭିସା ନିୟମ ଉଲ୍ଲଂଘନ କରି ଜାତୀୟ ରାଜଧାନୀରେ ତବଲିଗି ଜମାତ ସମାବେଶରେ ଯୋଗ ଦେଇଥିବା ୩୬ଜଣ ବିଦେଶୀଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତ ଦୋଷମୁକ୍ତ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକାକୁ ଅମାନ୍ୟ କରିଥିବାରୁ ସେମାନଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

Advertisment

publive-image Image Courtesy of Hindustan Times

୧୪ଟି ଦେଶର ଏହି ବିଦେଶୀ ନାଗରିକମାନଙ୍କୁ ମଙ୍ଗଳବାର ଦିନ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ଗର୍ଗ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି।
ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୮୮, ୨୬୯ ଏବଂ ଅନୁଚ୍ଛେଦ ୩ ଆଧାରରେ ଅଗଷ୍ଟ ୨୪ ତାରିଖ ଦିନ ଏହି ବିଦେଶୀମାନଙ୍କ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଥିଲା। ଏହାଛଡ଼ା, ସେମାନଙ୍କ ବିରୋଧରେ ବିପର୍ଯୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ ମଧ୍ୟ ଏହି ଚାର୍ଜସିଟ୍‌ରେ ଲାଗୁ କରାଯାଇଥିଲା।

ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଅନୁଷ୍ଠିତ ତବଲିଗି ଜମାତ ସମାବେଶରେ ଯେଉଁ ବିଦେଶୀମାନେ ଯୋଗ ଦେଇଥିଲେ ସେମାନେ ଭିସା ନିୟମ ମଧ୍ୟ ଉଲ୍ଲଂଘନ କରିବା ସହ କୋଭିଡ୍‌-୧୯ କଟକଣା ଅମାନ୍ୟ କରି ଧର୍ମ ପ୍ରସାର କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା।