ତବଲିଗି ଜମାତ୍ ମୁଖ୍ୟ ମୌଲାନା ସାଦ୍ ଜାକିର ନଗର ବାସଭବନରେ ପୃଥକ୍-ବାସ କରୁଛନ୍ତି: ପୁଲିସ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସଂଗଠନ ତବଲିଗି ଜମାତର ମୁଖ୍ୟ ମୌଲାନା ସାଦ୍ ଖାନ୍ଦଲାୱି ଜାତୀୟ ରାଜଧାନୀ ଅନ୍ତର୍ଗତ ଜାକିର ନଗରଠାରେ ଥିବା ତାଙ୍କ ବାସଭବନରେ ପୃଥକ୍-ବାସ କରୁଛନ୍ତି ବୋଲି ବୁଧବାର ଦିନ ଦିଲ୍ଲୀ ପୁଲିସ ସୁତ୍ରରୁ ଜଣାପଡ଼ିଛି । ହଠାତ୍ ଦେଶରେ କରୋନାଭାଇରସର ଦ୍ରୁତ ସଂକ୍ରମଣ ପାଇଁ ତବଲଗି ଜମାତକୁ ଦାୟୀ କରାଯାଉଛି ।

Image: Grabbed from Video

କୌଣସି ଏକ ଅଜ୍ଞାନ୍ତ ସ୍ଥାନରେ ମୌଲାନା ସାଦ୍ କ୍ୱାରେଣ୍ଟିନରେ ରହୁଥିବା କଥା ପୂର୍ବ ସୂଚନା ମିଳିଥିଲା । ତାଙ୍କୁ ଖୋଜି ବାହାର କରିବା ଲାଗି ରବିବାର ଠାରୁ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ୍ ଜାତୀୟ ରାଜଧାନୀ ଏବଂ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଚଢ଼ାଉ କରିଥିଲା ।

Image Source: Daily Hunt

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ପୁଲିସ ସହାୟତାରେ କ୍ରାଇମ ବ୍ରାଞ୍ଚ୍ ଉତ୍ତର ପ୍ରଦେଶର ମୁଜାଫର ନଗର ଏବଂ ଶାମଲି ଜିଲ୍ଲାରେ ଚଢ଼ାଉ କରିଥିଲା । ଦିଲ୍ଲୀର ଜାକିର ନଗର ଏବଂ ନିଜାମୁଦ୍ଦୀନ ଠାରେ ଥିବା ତାଙ୍କର ତିନୋଟି ବାସଭବନରେ ମଧ୍ୟ ଚଢ଼ାଉ ହୋଇଥିଲା ।

ମାର୍ଚ ୧୩ ରୁ ୧୫ ତାରିଖ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନରେ ହେବାକୁ ଥିବା ଧାର୍ମୀୟ ସମାବେଶ ବାତିଲ କରିବାକୁ ଅନ୍ୟ ଇସଲାମୀୟ ମୌଲବିମାନେ ଦେଇଥିବା ପରାମର୍ଶକୁ ଅମାନ୍ୟ କରି ମୌଲାନା ସାଦ୍ ବିବଦୀୟ ହୋଇପଡ଼ିଲେ ।

ସମ୍ବନ୍ଧିତ ଖବର