ଏକାନ୍ତବାସରେ ରହିଛି: ତାବିଲିଗି ମୁଖ୍ୟ ମୌଲାନା ସାଦ୍

ନୂଆଦିଲ୍ଲୀ: ଡାକ୍ତରଙ୍କ ଉପଦେଶକ୍ରମେ ଏକାନ୍ତବାସରେ ରହିଛନ୍ତି ବୋଲି ନିରୁଦ୍ଦିଷ୍ଟ ତାବିଲିଗି ମୁଖ୍ୟ ମୌଲାନା ସାଦ୍ କାନ୍ଧାଲୱି ଆଜି ଏକ ଅଡିଓ ବାର୍ତ୍ତାରେ କହିଛନ୍ତି । ଉପାସକ ଓ ଅନୁଗାମୀମାନେ ଘରେ ରୁହନ୍ତୁ ଓ ସରକାରଙ୍କ ଆଦେଶ ମାନନ୍ତୁ ବୋଲି ସେ ଏହି ନୂଆ ଅଡିଓ ବାର୍ତ୍ତାରେ କହିଛନ୍ତି ।

ଏଠାରେ ସ୍ମରଣଯୋଗ୍ୟ ଯେ ମୌଲାନା ସାଦ୍ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ବଙ୍ଗଲାୱାଲି ମସଜିଦରେ ଗତ ମାସରେ ଧାର୍ମିକ ସମାରୋହ କରାଇ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ବହୁସଂଖ୍ୟକ ଅନୁଗାମୀ ଅଂଶଗ୍ରହଣ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଅନେକ ବ୍ୟକ୍ତି କରୋନାଭାଇରସ୍ ସଂକ୍ରମଣ ହୋଇଛନ୍ତି ।

ଏପର୍ଯ୍ୟନ୍ତ ଏଥିରେ ଭାଗ ନେଇଥିବା ପ୍ରାୟ ୫୦୦୦ ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅବଶିଷ୍ଟ ଅଂଶଗ୍ରହଣକାରୀଙ୍କୁ ଠାବ କରିବାକୁ ସରକାର ବ୍ୟାପକ ଉଦ୍ୟମ ଚଳାଇଛନ୍ତି ।

ଏହି କାରଣରୁ ଦିଲ୍ଲୀ ପୁଲିସ ମୌଲାନା ସାଦଙ୍କୁ ବୁକ୍ କରିଛି । ନିରୁଦ୍ଦିଷ୍ଟ ମୌଲବିଙ୍କୁ ଠାବ କରିବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ ଚଳାଇଛନ୍ତି ।

ସମ୍ବନ୍ଧିତ ଖବର