ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍‌ର ଖୁଲାସା : ଏହି କାରଣରୁ ହୋଇଥିଲା ତବ୍‌ରେଜ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ଭିଡ଼ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ ତବ୍‌ରେଜ୍‌ ଅନ୍‌ସାରୀ । ଏବେ ତାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ତବ୍‌ରେଜ୍‌ଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍‌ ତାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଯଦି ଘଟଣାର ତୁରନ୍ତ ପରେ ତବ୍‌ରେଜ୍‌ଙ୍କ ଚିକିତ୍ସା କରାଯାଇଥାନ୍ତା, ତେବେ ତାଙ୍କୁ ବଞ୍ଚାଯାଇ ପାରିଥାନ୍ତା ବୋଲି କହିଛନ୍ତି ଡାକ୍ତର ।

Image result for tabrez-ansari-mob-lynching-doctor-said-medical-treatment-was-not-given-on-time
The Times Headline

ସୂଚନା ମୁତାବକ, ଚୋରି ସନ୍ଦେହରେ ଚଳିତ ବର୍ଷ ଜୁନ୍‌ ୧୭ରେ କିଛି ଲୋକ ତବ୍‌ରେଜ୍‌ଙ୍କ ଉପରେ ଆକ୍ରମଣ କରିଥିଲେ । ଜୁନ୍‌ ୧୮ରେ ପୁଲିସ ତବ୍‌ରେଜ୍‌ଙ୍କୁ ଗିରଫ କରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଯାହା ପରେ ସେ  ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏବେ ସେହି ଘଟଣାକୁ ନେଇ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି କି, ଯେଉଁ ସମୟରେ ତବ୍‌ରେଜ୍‌ଙ୍କୁ ଜେଲ ଅଣାଯାଇଥିଲା ସେ ସମୟରେ ଜେଲ୍‌ର ଡାକ୍ତର ଛୁଟିରେ ଥିଲେ । ଠିକ୍‌ ସମୟରେ ଚିକିତ୍ସା ନ ହେବାରୁ ତବ୍‌ରେଜ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ ସେ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର