ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କରୋନା ମହାମାରୀ ସମୟରେ ଏଥିରୁ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ଲାଜମା ଦାନ କରୋନା ରୋଗୀଙ୍କ ପାଇଁ ଏକ ବଡ଼ ଅସ୍ତ୍ର ବୋଲି କୁହାଯାଉଛି। ସରକାରଙ୍କ ଅନୁରୋଧ କ୍ରମେ କିଛି ଲୋକ ପ୍ଲାଜମା ଦାନ ପାଇଁ ଆଗେଇ ଆସିଥିବା ବେଳେ କେହିକେହି ଏଥିରେ ପଛଘୁଞ୍ଚା ଦେଉଛନ୍ତି। ଏଭଳି ସଙ୍କଟ ସମୟରେ ଦିଲ୍ଲୀର ତବ୍ରେଜ ଖାନ ନାମକ ଜଣେ ବ୍ୟକ୍ତି ପ୍ଲାଜମା ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ତାବ୍ରେଜ ଖାନ ୬ଥର ପ୍ଲାଜମା ଦାନ କରିଥିବା ବେଳେ ଏବେ ସପ୍ତମ ଥର ପାଇଁ ପ୍ଲାଜମା ଦେବାକୁ ଯାଉଛନ୍ତି।
ଦିଲ୍ଲୀର ଜାହାଙ୍ଗିରପୁରୀରେ ବସବାସ କରୁଥିବା ୩୭ ବର୍ଷୀୟ ତବ୍ରେଜ ଖାନଙ୍କ ପରିବାର ମାର୍ଚ୍ଚମାସରେ କରୋନା ସଂକ୍ରମିତ ହୋଇଥିଲେ। ମାର୍ଚ୍ଚ ମାସରେ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ତବ୍ରେଜ ଖାନଙ୍କ ଭଉଣୀ ସେହି ସମୟରେ ସାଉଦି ଆରବରୁ ଫେରିଥିଲେ। ଭଉଣୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ପରିବାର ୫ଜଣ ସଦସ୍ୟ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରେ ତବ୍ରେଜ ବି ସାମିଲ ଥିଲେ। ମାର୍ଚ୍ଚ ୧୨ରେ ଅସୁସ୍ଥତା ଅନୁଭବ କରିବାକୁ ତବ୍ରେଜଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଭଲ ଖବର ହେଉଛି ତବ୍ରେଜଙ୍କ ପରିବାରର ସମସ୍ତ ସଦସ୍ୟ ଦୁଇରୁ ତିନି ସପ୍ତାହ ମଧ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ। ଏହାପରେ ସମସ୍ତେ ଘରେ ସଙ୍ଗରୋଧ ଅବଧି ସମାପ୍ତ କରିଥିଲେ।
The Indian Expressକ୍ୱାରେଣ୍ଟିନ୍ ଅବଧି ସମାପ୍ତ ହେବା ମାତ୍ରେ ତବ୍ରେଜ ପ୍ଲାଜମା ଦାନ କରିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ। ଏପ୍ରିଲ୍ ୨୧ରେ ସେ ଆଇଏଲ୍ବଏସ୍ ଯାଇ ପ୍ଲାଜମା ଦାନ କରିଥିଲେ। ଡାକ୍ତରମାନେ ମଧ୍ୟ ଏଥିରେ ବହୁତ ଖୁସି ହୋଇ ତାଙ୍କୁ ପ୍ରଶଂସା କରିଥିଲେ। ସେବେଠାରୁ ସେ ୬ଥର ପ୍ଲାଜମା ଦାନ କରିସାରିଥିବା ଏବେ ସପ୍ତମ ଥର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ଯାଉଛନ୍ତି।
ପ୍ଲାଜମା ଦାନ କରିବାକୁ ନେଇ ତବ୍ରେଜ କହିଛନ୍ତି, ଏଭଳି କରିବା ଦ୍ୱାରା ତାଙ୍କ ଶରୀରରେ କିଛି ପ୍ରଭାବ ପକାଇ ନାହିଁ। ସେ ସଂପୂର୍ଣ୍ଣ ସୁସ୍ଥ ରହିବା ସହିତ ଆତ୍ମସନ୍ତୋଷ ଲାଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/x-1596012665.jpg.pagespeed.ic_.6yZk1imyMA.jpg)