ଚୀନ୍‌କୁ ଟକ୍କର : ଜାପାନ ନିର୍ମାଣ କଲା ସବୁଠାରୁ ଘାତକ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚୀନ୍ ଓ ଜାପାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଜାପାନ ଉଦ୍ୟମ ଜାରି ରଖିଥିଲା। ତେବେ ଏହାର ଫଳସ୍ବରୂପ ଜାପାନ ଏବେ ବିଶ୍ବର ସବୁଠୁ ଘାତକ ଯୁଦ୍ଧ ବିମାନ ନିର୍ମାଣ କରିପାରିବା ଘଟଣା ହିଁ ଚୀନ୍‌ ସମେତ ବିଶ୍ବସ୍ତରୀୟ ସାମରିକ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ବିସ୍ମିତ କରିଛି। ଆମେରିକାର ପ୍ରସିଦ୍ଧ ଶସ୍ତ୍ରନିର୍ମାତା ଲକ୍‌ହିଡ୍‌ ମାର୍ଟିନ୍‌ ଦ୍ବାରା ଏହି ଏଫ୍‌-ଏକ୍ସ ନାମକ ଯୁଦ୍ଧ ବିମାନ ନିର୍ମିତ ହୋଇଛି।

ବର୍ତ୍ତମାନ ସୁଦ୍ଧା ବିଶ୍ବରେ ନିର୍ମିତ ହୋଇଥିବା ଯେ କୌଣସି ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଶ୍ରେଷ୍ଠ ବୋଲି ବିଚାର କରାଯାଉଛି। ଏହା ଏକା ସାଙ୍ଗରେ ୬ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିପାରିବ। ଏପରିକି କୌଣସି ଯୁଦ୍ଧ ସମୟରେ ଏହା ଆମେରିକା ଓ ଜାପାନ ସେନା ମଧ୍ୟରେ ସୂଚନା ଆଦାନପ୍ରଦାନ କରିପାରିବ ବୋଲି କୁହାଯାଉଛି। ଆମେରିକାର ଏଫ୍‌-୩୫ ଯୁଦ୍ଧବିମାନ ଅପେକ୍ଷା ଅଧିକ ବିପଜ୍ଜନକ ଓ ସାଂଘାତିକ ହୋଇଥିବା ଏହି ଏଫ୍‌-ଏକ୍ସ ବିମାନ ସମ୍ମୁଖ ଭାଗରୁ ମାଡ଼ି ଆସୁଥିବା ପ୍ରତିପକ୍ଷର କ୍ଷେପଣାସ୍ତ୍ରଗୁଡ଼ିକୁ ନିମିଷକେ ଉଡ଼ାଇଦେଇ ପାରିବ। ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଲା, ଏଥିରେ ଖଚିତ ମାଇକ୍ରୋୱେଭ୍‌ ଯୁଦ୍ଧାସ୍ତ୍ର ଜ୍ଞାନକୌଶଳ ଶତ୍ରୁପକ୍ଷକୁ କେଇ ମିନିଟରେ ଧ୍ବଂସ କରିପାରିବାର କ୍ଷମତା ରଖିଛି।

ସମ୍ବନ୍ଧିତ ଖବର