କୋଭିଡ୍-୧୯ ମୁକାବିଲା ପାଇଁ ବିନା ବିଜୁଳି ଶକ୍ତିରେ ଚାଲୁଥିବା ଶସ୍ତା ଭେଣ୍ଟିଲେଟର୍ ତିଆରି କଲା ବେଙ୍ଗାଲୁରୁ କମ୍ପାନି

ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା କରିବାକୁ ବେଙ୍ଗାଲୁରୁର ଏକ କମ୍ପାନି ବିନା ବିଜୁଳି ଶକ୍ତିରେ କାର୍ଯ୍ୟ କରୁଥିବା ସ୍ବଳ୍ପ ମୂଲ୍ୟର ଭେଣ୍ଟିଲେଟର୍ ତିଆରି କରିଛି।

ପ୍ରାୟ ୨୫୦୦ ଟଙ୍କା ମୂଲ୍ୟ ରଖାଯାଇଥିବା ଏହି ଭେଣ୍ଟିଲେଟର୍ ବିଶ୍ବର ସବୁଠୁ ଶସ୍ତା ଭେଣ୍ଟିଲେଟର୍ ବୋଲି କୁହାଯାଉଛି। ଏହାର ନିର୍ମାତା ହେଉଛନ୍ତି ବେଙ୍ଗାଲୁରୁର ‘ଡାଇନାମେଟିକ୍ ଟେକ୍’। ଏହି କମ୍ପାନି ଅଟୋମୋଟିଭ୍, ଏରୋନଟିକ୍ ଏବଂ ସିକ୍ୟୁରିଟି ଆପ୍ଲିକେସନ୍ ନିମନ୍ତେ ଉଚ୍ଚ ଇଞ୍ଜିନୟରିଙ୍ଗ୍‌ଯୁକ୍ତ ସାମଗ୍ରୀ ନିର୍ମାଣ କରେ।

ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଟୁଇଟ୍ କରି ଏହି ଭାରତୀୟ ଉଦ୍ଭାବନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏ ଧରଣର ଉଦ୍ଭାବନ ଗ୍ରାମୀଣ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଆଞ୍ଚଳିକ ଡାକ୍ତରଖାନାମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।

ଏହି ଭେଣ୍ଟିଲେଟର୍ କାମ କରିବାକୁ ଆଦୌ ବିଜୁଳି ଶକ୍ତି ଆବଶ୍ୟକ କରେ ନାହିଁ। ଏଥିରେ କୌଣସି ବିଦେଶୀ ଉପକରଣ ମଧ୍ୟ ଲାଗିନାହିଁ। ଏହି ଭେଣ୍ଟିଲେଟର୍ ଚାପ ବଜାୟ ରଖି ଶ୍ବାସପ୍ରଶ୍ବାସ ହାର ନିୟନ୍ତ୍ରଣ କରିବାକୁ ଅମ୍ଳଜାନ ମଧ୍ୟ ନିୟନ୍ତ୍ରଣ କରିଥାଏ।

 

 

ସମ୍ବନ୍ଧିତ ଖବର