ନାଳରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ, ପ୍ରେମିକ ତହସିଲଦାର ଗିରଫ

ଲଖନଉ: ବିବାହ ପାଇଁ ବାଧ୍ୟ କରିବାରୁ ମହିଳା କନେଷ୍ଟବଳଙ୍କୁ ହତ୍ୟା କଲେ ତହସିଲଦାର | ଆଉ ପୁଲିସ ଏହି ଘଟଣାରେ ତହସିଲଦାରଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଲଖନଉର ମାତି ନାଳରୁ ଗୁରୁବାର ଏକ ମୃତଦେହ ମିଳିଥିଲା | ଏହି ମୃତଦେହ ନିଖୋଜ ମହିଳା କନଷ୍ଟେବଳ ରୁଚି ସିଂଙ୍କର ଥିଲା ବୋଲି ସ୍ପଷ୍ଟ ହୋଇଥିଲା | ଆଉ ଏହି ଘଟଣାରେ ପୁଲିସ ପ୍ରତାପଗଡର ରାନିଗଞ୍ଜର ତହସିଲଦାରଙ୍କ ସହ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି।

ପୁଲିସର ସୂଚନା ମୁତାବକ ଯେତେବେଳେ ରୂଚିଙ୍କ ମୋବାଇଲ ନମ୍ବରକୁ ଅନୁସନ୍ଧାନ କରାଯାଇଥିଲା ସେତେବେଳେ ଏକ ସନ୍ଦିଗ୍ଧ ନମ୍ବର ମିଳିଥିଲା | ଆଉ ଏହି ନମ୍ବରଟି ପ୍ରତାପଗରର ରାନିଗଞ୍ଜରେ ତହସିଲଦାର ଥିବା ପଦ୍ମେସ ଶ୍ରୀବାସ୍ତବଙ୍କର ଥିଲା | ଏହା ପରେ ତହସିଲଦାରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଇଥିଲା | ପଚରାଉଚରା ବେଳେ ପଦ୍ମେସ କହିଥିଲେ ଯେ ଫେସବୁକ ମାଧ୍ୟମରେ ରୁଚିଙ୍କ ସହ ବନ୍ଧୁତା ହୋଇଥିଲା | ଆଉ ବନ୍ଧୁତା ଧୀରେ ଧୀରେ ନିବିଡ ସମ୍ପର୍କର ରୂପ ନେଇଥିଲା |

ତେବେ ରୁଚି ପୂର୍ବରୁ ବିବାହିତ ଥିଲେ ଓ ବିବାହ ପାଇଁ ତହସିଲଦାରଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ | ତେଣୁ ତାଙ୍କୁ ହତ୍ୟା କରିଥିବାର ତହସିଲଦାର ସ୍ୱୀକାର କରିଛନ୍ତି | ତେବେ କେବେ ଓ କେମିତି ହତ୍ୟା କଲେ ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ସେମାନଙ୍କୁ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି |

ସମ୍ବନ୍ଧିତ ଖବର