ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାର ହାଜତକୁ ଏନଆଇଏ କୋର୍ଟ ୧୨ ଦିନ ପାଇଁ ବୃଦ୍ଧି କରିଛନ୍ତି। ତହୱୁରକୁ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ନିଆଯାଇଥିଲା। ଏଠାକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କୋର୍ଟ ତାଙ୍କ ହାଜତ ଅବଧିକୁ ୧୨ ଦିନ ପାଇଁ ବୃଦ୍ଧି କରିଛନ୍ତି।
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ତହୱୁର ହୁସେନ ରାଣା ଏକ ଗୁରୁତ୍ୱପୂର୍ଣ୍ଣ ନାମ। ତାକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିର ନିକଟତର ବୋଲି ବିବେଚନା କରାଯାଏ। ହେଡଲି ଏବଂ ରାଣା ସ୍କୁଲ ଦିନରୁ ବନ୍ଧୁ ଥିଲେ। ପରେ ହେଡଲି ସ୍ୱୀକାର କରିଥିଲା ଯେ ସେ ଲସ୍କର-ଏ-ତୈବା ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା।
ତହୱୁର ହୁସେନ ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ। ସେ ୧୨ ଫେବୃଆରୀ ୧୯୬୧ ମସିହାରେ ପଞ୍ଜାବ (ପାକିସ୍ତାନ)ର ଚିଚାୱଟନୀରେ ଜନ୍ମଗ୍ରହଣ କରିଥିଲା। ସେ ପାକ୍ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲା। ଅବସର ପରେ ସେ ନିଜ ପତ୍ନୀଙ୍କ ସହ ଚିକାଗୋ (ଆମେରିକା) ରହୁଥିଲା ଓ ପରେ ସେ କାନାଡିୟ ନାଗରିକତା ହାସଲ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/28/Zn6SsVQE5F1kFUOAoJwk.jpeg)