ନୂଆଦିଲ୍ଲୀ: ଭାରତ ଛାଡ଼ନି, ମୋ ଉପରେ ଅତ୍ୟାଚାର କରାଯିବ। ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା ଭାରତକୁ ପ୍ରତ୍ୟର୍ପଣ ଏଡାଇବା ପାଇଁ କୋର୍ଟରେ ଏଭଳି ଆବେଦନ କରିଛି। ରାଣା ଆମେରିକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ତା’ର ପ୍ରତ୍ୟର୍ପଣ ଉପରେ ଜରୁରୀକାଳୀନ ରହିତାଦେଶ ଲଗାଇବାକୁ ଅନୁରୋଧ କରିଛି।
ଆମେରିକା ସୁପ୍ରିମକୋର୍ଟରେ ତହୱୁର ରାଣାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଲେଖାଯାଇଛି ଯେ, ଯଦି ମୋତେ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ମୋତେ ସେଠାରେ ନିର୍ଯାତନା ଦିଆଯିବ। ମୁଁ ଭାରତରେ ଅଧିକ ଦିନ ବଞ୍ଚି ପାରିବି ନାହିଁ। ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ ହୋଇଥିବାରୁ ମୋତେ ଭାରତରେ ବହୁତ ହଇରାଣ କରାଯିବ। ହ୍ୟୁମାନ୍ ରାଇଟ୍ସ ୱାଚ୍ ୨୦୨୩ ୱାର୍ଲ୍ଡ ରିପୋର୍ଟରେ କୁହାଯାଇଛି ଯେ, ଭାରତର ବିଜେପି ସରକାର ମୁସଲମାନମାନଙ୍କ ପ୍ରତି ଭେଦଭାବ କରୁଛି। ଭାରତ ସରକାର କ୍ରମଶଃ ଏକଛତ୍ରବାଦୀ ହେବାରେ ଲାଗିଛି ଏବଂ ମୋତେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ ମୁଁ ନିର୍ଯାତନାର ଶିକାର ହେବି। ମୁଁ ଅନେକ ପ୍ରକାରର ରୋଗରେ ପୀଡିତ। ମୋତେ ଏପରି ସ୍ଥାନକୁ ପଠାଯିବା ଉଚିତ୍ ନୁହେଁ ଯେଉଁଠାରେ ମୋତେ ଜାତୀୟ, ଧାର୍ମିକ ଏବଂ ସାଂସ୍କୃତିକ ଆଧାରରେ ଟାର୍ଗେଟ କରାଯିବ।
ଉଲ୍ଲେଖଯୋଗ୍ୟ, ତହୱୁର ରାଣା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲା। ସେ ଆର୍ମି ମେଡିକାଲ କଲେଜରେ ପାଠପଢ଼ିବା ପରେ ୧୦ ବର୍ଷ ଧରି ପାକିସ୍ତାନ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରିଥିଲା। କିନ୍ତୁ ତହୱୁର ରାଣାକୁ ତା’ର କାମ ପସନ୍ଦ ଆସିନଥିବାରୁ ସେ ଏହି ଚାକିରି ଛାଡିଦେଇଥିଲା। ୨୦୦୬ ରୁ ନଭେମ୍ବର ୨୦୦୮ ପର୍ଯ୍ୟନ୍ତ, ତହୱୁର ରାଣା ପାକିସ୍ତାନରେ ଡେଭିଡ ହେଡଲି ଏବଂ ଅନ୍ୟମାନଙ୍କ ସହିତ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା। ଆକ୍ରମଣ ପରେ ସେ ବିଦେଶ ଚାଲିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/06/FlFykKmo3Czja4jhBJ9B.jpg)