ନୂଆଦିଲ୍ଲୀ: ଆଜି ଆମେରିକାରୁ ଆସୁଛି ଆତଙ୍କୀ ତହବୁର ରାଣା । ଅଧବାଟରେ ଆଜ୍ଞାତସ୍ଥାନରେ କିଛି ସମୟ ବିଶ୍ରାମ କରିଥିବା ସୂଚନା ରହିଛି । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏ ପଟିଆଲା କୋର୍ଟରେ ହାଜର କରାଯିବ । ତିହାର ଜେଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ସେଲରେ ତାକୁ ରଖିବା ନେଇ ବିଚାର ବିମର୍ଷ ଚାଲିଛି । ତେବେ ମୁମ୍ବାଇ ଆକ୍ରମଣ ବାବଦରେ ଅଧିକ ତଥ୍ୟ ତହବୁର ଠାରୁ ମିଳିବା ନେଇ ଆଶା କରାଯାଉଛି ।
ତେବେ ଦୀର୍ଘ ୧୬ ବର୍ଷ ପରେ ଭାରତର ବଡ କୁଟନୀତି ବିଜୟ ହୋଇଛି । ୨୦୦୮ ନଭେମ୍ବର ୨୬ । ଦୋହଲିଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ । ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇଛି ।
ଆତଙ୍କୀ ତହବୁରକୁ ତ୍ରାହି ନାହିଁ
-୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ୍ ତହବୁର ରାଣା
-ତହବୁର ପ୍ରଥମ କିଛି ସପ୍ତାହ ପାଇଁ ଏନଆଇଏ ହେପାଜତରେ ରହିବ
-ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ ଏନଏସଏ ଡୋଭାଲ ଏହାର ତଦାରଖ କରିବେ
-ତହବୁର ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍
-ଆଇଏସଆଇ ଏବଂ ଲସ୍କର-ଏ-ତୈବାର ସଦସ୍ୟ ରାଣା
-ରାଣାଙ୍କୁ ଡେଭିଡ୍ କୋଲମ୍ୟାନ୍ ହେଡଲିର ଜଣେ ଘନିଷ୍ଠ ସହଯୋଗୀ
- ଆକ୍ରମଣ ପୂର୍ବରୁ ତହବୁର ଏବଂ ହେଡଲିଙ୍କ ମଧ୍ୟରେ ଅନେକ ବୈଠକ ହୋଇଥିଲା
-ଗିରଫ ହେଡଲି ବୟାନରେ ରାଣା ନାଁ ନେଇଥିଲା
-ହେଡଲି ହେଉଛି ସେହି ଆତଙ୍କବାଦୀ ଯିଏ ଆକ୍ରମଣ ପୂର୍ବରୁ ମୁମ୍ବାଇ ଆସିଥିଲା
- ମୁମ୍ବାଇର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରେକି କରିଥିଲା
-ମୁମ୍ବାଇକୁ ଆଇଏସଆଇ ଏବଂ ପାକିସ୍ତାନ ପଠାଇଥିଲା ଲସ୍କର-ଏ-ତୈବାର ଆତଙ୍କୀ
-ପ୍ରତ୍ୟର୍ପଣ ପାଇଁ ଭାରତ ଆମେରିକା ନିକଟରେ ଦୀର୍ଘଦିନ ହେବ ଦାବି କରୁଥିଲେ
ଭାରତ ଉପରେ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ବାରମ୍ବାର ଆମେରିକା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ଫେଲ ମାରିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଶାସନ ଆତଙ୍କୀର ପ୍ରତ୍ୟର୍ପଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରା ହୋଇଛି ।