ନୂଆଦିଲ୍ଲୀ: ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଯିବ ଆତଙ୍କୀ ତହବୁର । ଭାରତରେ ପହଞ୍ଚିବା ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ କଡାସୁରକ୍ଷା ବଳୟ ଭିତରେ ଏନଆଇଏ ହେଡକ୍ୱାଟରକୁ ନିଆଯିବ । ଏମିତି ବି ହୋଇପାରେ ସୁରକ୍ଷା ଦୃଷ୍ଟିରୁ ତାକୁ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ନିଆଯିବ । ସେଥିପାଇଁ ଏକ ମାର୍କସମ୍ୟାନ୍ ଗାଡି ପ୍ରସ୍ତୁତ ମଧ୍ୟ ରହିଛି ।

Advertisment

ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀକୁ ଭାରତ ଅଣାଯାଉଛି । ଏନଆଇଏ ଏବଂ ର’ ଟିମର କଡା ସୁରକ୍ଷା ବଳୟ ଭିତରେ ଆଉ କିଛି ଘଣ୍ଟା ପରେ ଭାରତରେ ପହଁଚିବ ତହବୁର । ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ ଏହି ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଏନଆଇଏ ମୁଖ୍ୟାଳୟ ନିଆଯିବ । ତେବେ ଔପଚାରିକ ଭାବେ ଏନଆଇଏ ତହବୁରକୁ ପ୍ରଥମେ ଗିରଫ କରିବ । ସେପଟେ ବିମାନବନ୍ଦର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ତହବୁର କିଏ ?
-୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ 
-ପାକିସ୍ତାନରେ ବ୍ୟବସାୟ କରୁଥିଲା 
-ଆତଙ୍କବାଦୀ ହେଡଲିକୁ ସହଯୋଗ କରିଥିଲା
-ହେଡଲିର ପିଲାଦିନର ସାଙ୍ଗ 
-ଆକ୍ରମଣ ପାଇଁ ଦେଇଥିଲା ଆର୍ଥିକ ସହାୟତା
-୭ଟି ଭାଷାରେ କଥା ହୋଇପାରେ ତହବୁର 
-୧୯୯୭ରେ ପାକିସ୍ତାନରୁ ଯାଇଥିଲା କାନାଡା
-ତହବୁରକୁ ମିଳିଛି କାନାଡାର ନାଗରିକତା