ବାଙ୍ଗକକ୍ : ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେତା ଥାବିସିନୀ ହିନ୍ଦୁ ଧର୍ମକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଅହିଂସା, ସତ୍ୟ, ସହିଷ୍ଣୁତା ଏବଂ ସଦ୍ଭାବନାର ହିନ୍ଦୁ ମୂଲ୍ୟବୋଧରୁ ଅଶାନ୍ତ ବିଶ୍ୱ ପ୍ରେରଣା ନେବା ଉଚିତ, ତା'ହେଲେ ହିଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଥାଇଲାଣ୍ଡ ଭୌଗୋଳିକ ଦୃଷ୍ଟିକୋଣରୁ ଭାରତଠାରୁ ଦୂରରେ ଥିଲେ ବି ହିନ୍ଦୁ ଧର୍ମକୁ ଥାଇଲାଣ୍ଡବାସୀ ଭଲ ପାଆନ୍ତି । ହିନ୍ଦୁ ଧର୍ମର ନୀତି ଓ ମୂଲ୍ୟବୋଧ ଉପରେ ବିଶ୍ୱ ହିନ୍ଦୁ କଂଗ୍ରେସ ଆୟୋଜନ କରିବା ଆମ ଦେଶ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି ।

Advertisment

ଏଠାରେ କହିରଖୁଛୁ ଯେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ଯୋଗ ଦେବାର ଥିଲେ ବି ଶେଷମୂହୂର୍ତ୍ତରେ ଯୋଗ ଦେଇପାରିନଥିଲେ । ତେବେ ସଭାରେ ତାଙ୍କ ପ୍ରତିନିଧିଙ୍କ ପକ୍ଷରୁ ଏକ ତାଙ୍କର ଏକ ବାର୍ତ୍ତା ପଢା ଯାଇଥିଲା ।

ସୂଚନାଯୋଗ୍ୟ ଯେ, ବିଶ୍ୱରେ ଏକ ପ୍ରଗତିଶୀଳ ଓ ପ୍ରତିଭାସମ୍ପନ୍ନ ସମାଜ ଭାବେ ହିନ୍ଦୁମାନଙ୍କ ପରିଚୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ଭବ୍ୟ ସମ୍ମିଳନୀ ଆରମ୍ଭ ହୋଇଛି। ବିଶିଷ୍ଟ ସନ୍ଥ ମାତା ଅମୃତାନନ୍ଦମୟୀ, ଭାରତ ସେବାଶ୍ରମ ସଂଘର ସ୍ୱାମୀ ପୂର୍ଣ୍ଣମାନନ୍ଦ, ଆରଏସଏସ ସରସଂଘଚାଳକ ମୋହନରାଓ ଭାଗବତ, ସରକାରୀ ଦତ୍ତାତ୍ରେୟ ହୋସବଲେ, ଭିଏଚପି ସାଧାରଣ ସମ୍ପାଦକ ମିଲିନ୍ଦ ପାରାଣ୍ଡେ ଏବଂ କାର୍ଯ୍ୟକ୍ରମର ପ୍ରତିଷ୍ଠାତା-ସହାୟକ ସ୍ୱାମୀ ବିଜ୍ଞାନାନନ୍ଦ ଦୀପ ଜାଳି ଅଧିବେଶନର ଶୁଭାରମ୍ଭ କରିଥିଲେ।