ଦିଲ୍ଲୀ ହିଂସା ଅଭିଯୁକ୍ତ ତାହିର୍‌ ହୁସେନ୍‌ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସଂକ୍ରାନ୍ତ ୩ଟି ବଡ଼ ଅପରାଧ‌ ମାମଲାରେ ଅଭିଯୁକ୍ତ ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କୁ ଆଜି ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ଗିରଫ କରିଛି। ତାହିର ଆଜି ରାଉଜ୍‌ ଏଭେନ୍ୟୁ ଅଦାଲତରେ ଆତ୍ମ ସମର୍ପଣ କରିବା ପାଇଁ ଆବେଦନ ଦାଖଲ କରିଥିଲେ। ତେବେ ବିଚାରପତି ଏହି ଆବେଦନ ତାଙ୍କ ବିଚାର ପରିସରରେ ନଥିବା କହିଥିଲେ ଏବଂ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ତାହିର ତୁରନ୍ତ କୋର୍ଟ ଛାଡ଼ିବା ପାଇଁ ପାର୍କିଂରେ ପହଞ୍ଚିବା ପରେ ସେଠାରେ ହିଁ ପୁଲିସ ତାଙ୍କୁ ଗିରଫ କରିନେଇଥିଲା। ଗଣମାଧ୍ୟମକୁ ତାହିର୍‌ କହିଛନ୍ତି ଯେ ତାଙ୍କୁ ବିଜେପି ନେତା କପିଲ ଶର୍ମା ଫସାଇ ଦେଇଛନ୍ତି ଏବଂ ସେ ଏହି ମାମଲାରେ ନାର୍କୋ ଟେଷ୍ଟ୍‌ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ବର୍ବର ହତ୍ୟା ମାମଲାରେ ମଧ୍ୟ ତାହିର ହୁସେନ୍‌ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଦିଲ୍ଲୀ ହିଂସା ସମୟରେ ସେ ଶତାଧିକ ଦଙ୍ଗାକାରୀଙ୍କୁ ତାଙ୍କର ଏକ ନିର୍ମାଣାଧୀନ ବାସଭବନରେ ରଖାଇଥିଲେ ଏବଂ ସେଠାରେ ହିଂସା ପାଇଁ ବିପୁଳ ସାମଗ୍ରୀ ମହଜୁଦ୍‌ ରଖାଯାଇଥିଲା।

ସମ୍ବନ୍ଧିତ ଖବର