କ୍ଷୁଦ୍ରଦେଶ ତାଇଓ୍ଵାନକୁ ଗିଳିବାକୁ ଚୀନର ପ୍ରସ୍ତୁତି, କଡା ଜବାବ ଦେବାକୁ ତାଇଓ୍ଵାନ ସେନାର ରଣସଜ୍ଜା

ତାଇଓ୍ଵାନ : କ୍ଷୁଦ୍ର ଏସୀୟ ଦେଶ ତାଇଓ୍ଵାନ ଓ ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଚୀନ ରାଷ୍ଟ୍ରପତି ସି ଜିନିପିଂ ନିଜର ନୂଆବର୍ଷ ଅଭିଭାଷଣରେ ତାଇଓ୍ଵାନକୁ ଅଧିକାର କରିବା ବିଷୟରେ ପରୋକ୍ଷରେ ଉଲ୍ଲେଖ କରିବା ପରେ ଏହି ବିବାଦ ହଠାତ ତେଜିଛି । ନିଜର ଅଭିଭାଷଣରେ ଚୀନ ରାଷ୍ଟ୍ରପତି କହିଥିଲେ ଯେ ଏହି ‘ସମସ୍ୟା’କୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ସେ ଶାନ୍ତିପୂର୍ଣ୍ଣ ଉପାୟ କଥା କହୁଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ ।

ଚୀନର ଏହି ବକ୍ତବ୍ୟ ପରେ ତାଇଓ୍ଵାନ ଆତଙ୍କିତ ହୋଇଯାଇଛି । ଚୀନଆଡୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ତାଇଓ୍ଵାନ ଏକ ବଡ଼ ଧରଣର ସାମରିକ ଅଭ୍ୟାସ ଆରମ୍ଭ କରି ଚୀନକୁ କଡା ସଂକେତ ଦେବାକୁ ଚେଷ୍ଟା କରିଛି ।  ତାଇଓ୍ଵାନ ନିୟମିତଭାବେ ଏପରି ଅଭ୍ୟାସ କରୁଥିଲେ ମଧ୍ୟ ଏଥରର ଅଭ୍ୟାସଟି ବେଶ ବଡ଼ ଧରଣର ହୋଇଛି । ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ସହ ତାଇଓ୍ଵାନ ଏହି ଅଭ୍ୟାସ କରୁଛି ।

୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର