ୟୁକ୍ରେନ ଯୁଦ୍ଧ : ରୁଷ ସେନାର ନିଜ ହଜେଇ ଦେଇଛି ତାଇଓ୍ବାନର ଏହି କ୍ଷୁଦ୍ର ଡ୍ରୋନ

ତାଇପେଈ : ରୁଷ ୟୁକ୍ରେନ ଯୁଦ୍ଧରେ ଚୀନ ରୁଷ ପଛରେ ଛିଡ଼ା ହୋଇଥିବାବେଳେ ତାଇଓ୍ବାନ ପରୋକ୍ଷରେ ୟୁକ୍ରେନକୁ ସହାୟତା କରିଚାଲିଛି । ୟୁକ୍ରେନ ପକ୍ଷରୁ ତାଇଓ୍ବାନ ନିର୍ମିତ ଏକ ଲଢୁଆ ଡ୍ରୋନ ବ୍ୟବହାର କରାଯାଉଛି, ଯାହାକି ରୁଷର ଅନେକ ଟ୍ୟାଙ୍କ ଧ୍ବଂସ କରିସାରିଲାଣି ।

ତାଇଓ୍ବାନର ଏକ ନ୍ୟୁଜ ପୋର୍ଟାଲ ‘ତାଇଓ୍ବାନନ୍ୟୁଜ ଡଟ କମ’ର ଏକ ରିପୋର୍ଟ ଅନୁସାରେ  ତାଇଓ୍ବାନର ଲଢୁଆ ଡ୍ରୋନ ରିଭରବଲ-୮୬୦ ରୁଷ ସେନାର ନିଦ ହଜାଇ ଦେଇଛି । ଏହା ରୁଷର ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ଉପରେ ବୋମାବର୍ଷଣ କରୁଛି ।

ତେବେ ତାଇଓ୍ବାନ ସିଧାସଳଖ ଏହି ଡ୍ରୋନକୁ ୟୁକ୍ରେନକୁ ବିକ୍ରି କରିନାହିଁ । ତାଇଓ୍ବାନ ଏହି ଡ୍ରୋନକୁ ପୋଲାଣ୍ଡକୁ ବିକ୍ରି କରିଥିଲା । ପୋଲାଣ୍ଡ ଏଗୁଡ଼ିକୁ ୟୁକ୍ରେନକୁ ଦେଇଥିଲା ।

ବିଶ୍ବର ଅନ୍ୟାନ୍ୟ ଲଢୁଆ ଡ୍ରୋନ ତୁଳନାରେ ଏହା ଅପେକ୍ଷାକୃତ ଛୋଟ ହୋଇଥିଲେ ବି ବେଶ ପ୍ରଭାବୀ । ଛୋଟ ହୋଇଥିବାରୁ ଏଗୁଡିକୁ ଠାବ କରିବା ବେଶ କଠିନ । ଏଥିରେ ମୋଟ ୪୨ କିଲୋଗ୍ରାମର ସାମଗ୍ରୀ ରହିପାରିବ । ଫଳରେ ଏହା ୮ଟି ୬୦ ମିଲିମିଟର ମୋର୍ଟାର ରାଉଣ୍ଡ ବହନ କରିପାରିବ । ଏହା ସର୍ବାଧିକ ୪୦ ମିନିଟ ଆକାଶରେ ରହିପାରିବ ଓ ବୋମା ପକାଇପାରିବ ।

ତାଇଓ୍ବାନର ଏକ କମ୍ପାନି ଡ୍ରୋନ୍ସଭିଜନ ଏହି ଡ୍ରୋନ ଉତ୍ପାଦନ କରୁଛି । ୟୁକ୍ରେନକୁ ମୋଟ ୮୦୦ଟି ରିଭଲବର ଡ୍ରୋନ ଯୋଗାଇଦିଆଯାଇଛି । ତେବେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏଗୁଡ଼ିକୁ ପୋଲାଣ୍ଡକୁ ବିକ୍ରି କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର