୨୦୨୫ ସୁଦ୍ଧା ଚୀନ୍‌ ବିଧିବଦ୍ଧ ଆକ୍ରମଣ କରିପାରେ ବୋଲି ତାଇଓ୍ଵାନ୍‌ର ଆଶଙ୍କା

ତାଇପେଇ: ୨୦୨୫ ସୁଦ୍ଧା ଗଣତାନ୍ତ୍ରିକ ଦ୍ୱୀପ ତାଇଓ୍ଵାନ୍‌ ଉପରେ ବିଧିବଦ୍ଧ ଆକ୍ରମଣ କରିବା ପାଇଁ ସମର୍ଥ ହେବ ବୋଲି ଆଜି ତାଇଓ୍ଵାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ସିଉ କୁଓ-ସେଙ୍ଗ୍‌ କହିଛନ୍ତି।

ସେ କହିଛନ୍ତି, ଏବେ ଆକ୍ରମଣ କରିବା ପାଇଁ ଚୀନ୍‌ର ସାମର୍ଥ୍ୟ ଅଛି। କିନ୍ତୁ, ଆହୁରି କିଛି କଥା ବିଚାରକୁ ନେବା ଲାଗି ଥିବାରୁ ସେ ଏତେ ସହଜରେ ଯୁଦ୍ଧ ଆରମ୍ଭ କରିବ ନାହିଁ।

ତା’ର ପ୍ରତିରକ୍ଷା ଜୋନ୍‌ ମଧ୍ୟକୁ ପ୍ରାୟ ୧୫୦ଟି ଚୀନା ବାୟୁସେନା ବିମାନ ପ୍ରବେଶ କରିଥିଲା ବୋଲି ଶୁକ୍ରବାର ଦିନ ତାଇଓ୍ଵାନ୍‌ ରିପୋର୍ଟ କରିଥିଲା। ନିଜ ଦ୍ୱୀପ ବୋଲି ଦାବି କରି ବେଜିଙ୍ଗ୍‌ ତାଇଓ୍ଵାନ୍‌କୁ ଏମତି କ୍ରମାଗତ ଭାବେ ବିଭିନ୍ନ ପ୍ରକାର ହଇରାଣ କରୁଥବା କଥା ତାଇପେଇ କହିଥିଲା।

Image Courtesy of Zee News

ସିଉ କୁଓ-ସେଙ୍ଗ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ୪୦ ବର୍ଷରୁ ଅଧିକ ହେବ ଚୀନ୍‌ ସହିତ ଅତି ବାଜେ ଧରଣର ସାମରିକ ଉତ୍ତେଜନା ଲାଗି ରହିଛି। ତାଇପେଇ ଓ ବେଜିଙ୍ଗ୍‌ ମଧ୍ୟରେ ଉକ୍ତ ଉତ୍ତେଜନା ଚରମ ସୀମାରେ ପହଞ୍ଚିଲାଣି। ଗଣତାନ୍ତ୍ରିକ ଦ୍ୱୀପ ତାଇଓ୍ଵାନକୁ ବେଜିଙ୍ଗ୍‌ ଚୀନ୍‌ର ଅଞ୍ଚଳ ବୋଲି ଦାବି କରିବା ସହ ତାଇଓ୍ଵାନ୍‌ର ‘ଡିଫେନ୍‌ସ୍‌ ଆଇଡେଣ୍ଟିଫିକେସନ୍‌ ଜୋନ୍‌’ ମଧ୍ୟରେ ଥରକୁ ଥର ଲଢୁଆ ବିମାନ ଉଡ଼ାଉଛି।

ଉତ୍ତେଜନା ପାଇଁ ଚୀନ୍‌କୁ ଦାୟୀ କରି ତାଇଓ୍ଵାନ୍‌ କହିଛି, ସେ ଗୋଟାଏ ସ୍ୱାଧୀନ ଦେଶ ଏବଂ ତା’ର ସ୍ୱାଧୀନତା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଚୀନ୍‌କୁ ପ୍ରତିରୋଧ କରିବ।

ସମ୍ବନ୍ଧିତ ଖବର