ଚୀନ ଲଢୁଆ ବିମାନ ବାୟୁସୀମା ଅତିକ୍ରମ କଲେ ତାହାକୁ ଆକ୍ରମଣ ବୋଲି ଧରାଯିବ : ତାଇଓ୍ବାନ

ତାଇପେଈ : ଚୀନର ବାୟୁସେନା ବାରମ୍ବାର ବାୟୁ ପ୍ରତିରକ୍ଷା ସୀମା ଅତିକ୍ରମ କରୁଥିବାରୁ ତାଇଓ୍ବାନର ଧୈର୍ଯ୍ୟଚ୍ୟୁତି ହେଲାଣି । ଏଣିକି ଚୀନର ଲଢୁଆ ବିମାନ ବାୟୁସୀମା ଅତିକ୍ରମ କଲେ ତାହାକୁ ତାଇଓ୍ବାନ ଉପରେ ପ୍ରଥମ ଆକ୍ରମଣ ବୋଲି ଗ୍ରହଣ କରାଯିବ ଓ ତାହାର ଜବାବ ଦିଆଯିବ ବୋଲି ତାଇଓ୍ବାନ ସେନା ପକ୍ଷରୁ ଘୋଷଣା କରାଯାଇଛି ।

ନିକଟରେ ତାଇଓ୍ବାନର ବୈଦେଶିକ ବ୍ୟାପାର ଓ ଜାତୀୟ ପ୍ରତିରକ୍ଷା କମିଟିର ବୈଠକରେ ଏ ନେଇ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିଉ କୋ ଚେଙ୍ଗ ଏହି ଘୋଷଣା କରିଛନ୍ତି । ବୈଠକରେ ତାଙ୍କୁ ଯେତେବେଳେ ପଚରା ଗଲା ଯେ ଚୀନର ବାରମ୍ବାର ବାୟୁସୀମା ଉଲ୍ଲଙ୍ଘନକୁ ନେଇ ତାଇଓ୍ବାନର କୌଣସି ଚରମ ସୀମା (ରେଡ ଲାଇନ) ଅଛିକି ? ଏହାର ଉତ୍ତରରେ ସେ କହିଥିଲେ ଯେ ଏହାର ଏକ ଚରମ ସୀମା ରହିଛି ଓ ଏହାର ଉଲ୍ଲଙ୍ଘନ କଲେ ତାହାକୁ ତାଇଓ୍ବାନ ଉପରେ ଆକ୍ରମଣ କରାଯିବ ଓ ତାହାର ଦୃଢ ଜବାବ ଦିଆଯିବ ।

ବୈଠକରେ ଜଣେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଚେଙ୍ଗ୍ କହିଛନ୍ତି ଯେ ପୂର୍ବରୁ କ୍ଷେପଣାସ୍ତ୍ର କିମ୍ବା ଗୋଳାବର୍ଷକୁ ପ୍ରଥମେ ଆକ୍ରମଣ ବୋଲି ଧରା ଯାଉଥିଲା । କିନ୍ତୁ ଏବେ ପ୍ରଥମ ଆକ୍ରମଣର ବ୍ୟାଖ୍ୟା ବଦଳିଯାଇଛି । କାରଣ ଚୀନ ପକ୍ଷରୁ ଡ୍ରୋନ ଓ ଲଢୁଆ ବିମାନ ମୁତୟନ କରାଯାଇଛି । ସେଗୁଡ଼ିକ ବାୟୁସୀମା ଟପିଲେ ତାହାକୁ ପ୍ରଥମେ ଆକ୍ରମଣ ବୋଲି କୁହାଯାଇଛି ।

 

 

ସମ୍ବନ୍ଧିତ ଖବର