ନେଉଆ ଓ ଜାମରୁଲ୍‌ ଆମଦାନି ବନ୍ଦ କରିବାରୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଅଭିଯୋଗ କରିବାକୁ ଚୀନ୍‌କୁ ଧମକ ଦେଲା ତାଇୱାନ୍‌

ତାଇପେଇ/ବେଜିଙ୍ଗ୍: ପୋକଜୋକ ହୋଇଥିବା ଦର୍ଶାଇ ଚୀନ୍‌ ତାଇୱାନ୍‌ରୁ ନେଉଆ ଏବଂ ଜାମରୁଲ୍‌ ଆମଦାନି ବନ୍ଦ କରି ଦେବାରୁ ତାଇୱାନ୍‌ ଚୀନ୍‌ ବିରୋଧରେ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ନାଲିସ କରିବ ବୋଲି ରବିବାର ଦିନ ଧମକ ଦେଇଛି। ଏହା ହେଉଛି ସାମାନ୍ୟ ‘ଫଳ’କୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ସଦ୍ୟ ବିବାଦ।

ନିଜସ୍ବ ଅଞ୍ଚଳ ‌ହୋଇଥିବାରୁ ତାଇୱାନ୍‌କୁ ଗଣତାନ୍ତ୍ରିକ ଭାବେ ଶାସନ କରୁଛି ବୋଲି ଚୀନ୍‌ ଦାବି କରୁଛି। ଏହାଛଡ଼ା, ଚୀନ୍‌ର ସାର୍ବଭୌମତ୍ବକୁ ଗ୍ରହଣ କରିବା ପାଇଁ ମଧ୍ୟ ବେଜିଙ୍ଗ୍‌ ଏହି ଦ୍ବୀପରାଷ୍ଟ୍ର ଉପରେ ରାଜନୈତିକ ଏବଂ ସାମରିକ ଚାପ ପ୍ରୟୋଗ ବୃଦ୍ଧି କରୁଛି।

ତାଇୱାନ୍‌ରୁ ଆସୁଥିବା ନେଉଆ ଏବଂ ଜାମରୁଲ୍‌ରେ ଥରକୁ ଥର ‘ସାଇଟ୍ରସ୍‌ ମିଲିବଗ୍‌’ (ଏକ ଜାତୀୟ ଧଳା ପୋକ) ନାମକ କୀଟ ଦେଖୁଥିବା କଥା ଚୀନର ‘କଷ୍ଟମ୍‌ସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିଛି। ସୋମବାର ଠାରୁ ଉପରୋକ୍ତ ଉତ୍ପାଦ ପାଇଁ ଦିଆଯାଇଥିବା ଅନୁମ‌ୋଦନ ବନ୍ଦ କରିବା ଲାଗି ଚୀନର ‘କଷ୍ଟମ୍‌ସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ତା’ର ଗୁଆଙ୍ଗଡଙ୍ଗ୍ ଶାଖା ଏବଂ ସମସ୍ତ ପ୍ରତ୍ୟକ୍ଷ ଅନୁବନ୍ଧିତ କାର୍ଯ୍ୟାଳୟକୁ ନିର୍ଦେଶ ଦେଇଛି।

Image Courtesy of Taipei Times

ତାଇୱାନ୍‌ର କୃଷି ପରିଷଦ୍‌ର ମନ୍ତ୍ରୀ ଚେନ୍‌ ଚି-ଚୁଙ୍ଗ୍‌ କହିଛନ୍ତି, ବିଜ୍ଞାନଭିତ୍ତିକ ପ୍ରମାଣ ନ ଦେଇ ଚୀନ୍‌ ମନମୁଖୀ ଆଚରଣ କରିଛି। ଏଥିସହ, ତାଇୱାନ୍ ଏବଂ ଚୀନ୍‌ ପାଳନ କରୁଥିବା ‘ପାରମ୍ପରିକ ମଧ୍ୟ-ଶାରଦ ଉତ୍ସବ’କୁ ଚୀନ୍‌ ଆସିବ ବୋଲି କରିଥିବା ଘୋ‌ଷଣାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

ନିଷ୍ପତ୍ତି ସଂକ୍ରାନ୍ତରେ ଚନେ୍‌ ତାଇପେଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଆମ ଏ ନିଷ୍ପତ୍ତିକୁ ଗ୍ରହଣ କରିପାରିବୁ ନାହିଁ। ରବିବାର ସକାଳ ୯ ବେଳେ ହିଁ ତାଙ୍କ କାର୍ଯ୍ୟାଳୟ ଆମଦାନି ବନ୍ଦ ନିଷ୍ପତ୍ତି ସମ୍ବନ୍ଧରେ ଜାଣିବାକୁ ପାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ତାଇପେଇର ଅନୁରୋଧ ରକ୍ଷାକରି ବେଜିଙ୍ଗ୍‌ ଯଦି ଉଭୟଙ୍କ ମଧ୍ୟରେ ଥିବା ସାମ୍ପ୍ରତିକ ରାଜିନାମା ଅନୁସାରେ ସେପ୍ଟେମ୍ବର ୩୦ ସୁଦ୍ଧା ସମସ୍ୟାର ସମାଧାନ ନ କରେ, ତେବେ ତାଇୱାନ୍‌ ଚୀନ୍‌ ବି‌ରୋଧରେ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଥିବା ବିବାଦ ସମାଧାନ ବ୍ୟବସ୍ଥାରେ ଅଭିଯୋଗ କରିବ।

ସୂଚନାଯୋଗ୍ୟ, ସ୍ବଦେଶରେ ଅଧିକାଂଶ ଖିଆଯାଉଥିଲେ ହେଁ, ନେଉଆ ଏବଂ ଜାମରୁଲ୍‌ ଉତ୍ପାଦନରେ ତାଇୱାନ୍‌ର ଖ୍ୟାତି ରହିଛି। ଏହା ବ୍ୟତିରେକେ, ଆମ୍ବ ପାଇଁ ମଧ୍ୟ ଏହି ଦ୍ବୀପର ନାଁ ଡାକ ରହିଛି।

ହାନିକାରକ କୀଟ ରହିଥିବା ଦର୍ଶାଇ ଫେବ୍ରୁଆରି ମାସରେ ମଧ୍ୟ ଚୀନ୍‌ ତାଇୱାନ୍‌ ସପୁରି ଉପରେ ନିଷେଧାଜ୍ଞା ଜାରି କରିଥିଲା। ସପୁରିରେ କିଛି ଅସୁବିଧା ନ ଥିବା ସଫେଇ ଦେଇ ତାଇୱାନ୍‌ କହିଥିଲା କି, ବେଜିଙ୍ଗ୍ ଫଳକୁ ନେଇ ରାଜନୀତି କରୁଛି।

ସମ୍ବନ୍ଧିତ ଖବର