ଯୁଦ୍ଧ ଚାହୁ ନ ଥିବା ତାଇୱାନର ଯୁଦ୍ଧ ପ୍ରସ୍ତୁତି

ତାଇପେଇ : ଆମେରିକୀୟ ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଉତ୍‌କ୍ଷିପ୍ତ ଚୀନ୍ ଦ୍ବୀପଦେଶ ଚାରିପଟେ ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି। ଏହି ପରିପେକ୍ଷୀରେ ଆତ୍ମରକ୍ଷା ପାଇଁ ତାଇୱାନ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିବାକୁ ବାଧ୍ୟ ହୋଇଛି।

ତାଇପେଇର ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ କହିଛନ୍ତି ଯେ ତାଙ୍କର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ‘ଯୁଦ୍ଧ ନ ଚାହି ଯୁଦ୍ଧ ପାଇଁ ପ୍ରସ୍ତୁତି’ ନୀତି ଉପରେ ଗୁରୁତ୍ବ ଦେଉଛି। ଦ୍ବନ୍ଦ୍ବ ବା ବିବାଦ ବଢ଼ାଇବା ପାଇଁ ମଧ୍ୟ ତାଙ୍କ ଦେଶ ଚାହେ ନାହିଁ। କିନ୍ତୁ ଚୀନ୍‌ର ଆକ୍ରୋଶକୁ ଦେଖି ସାମ୍ପ୍ରତିକ ପରିସ୍ଥିତିରେ ପ୍ରସ୍ତୁତ ରହିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର