କାଳବୈଶାଖୀ ମାଡ଼ରେ କ୍ଷତିଗ୍ରସ୍ତ ହେଲା ତାଜମହଲ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ମାଡ଼ରେ ବିଶ୍ୱର ସାତଟି ଆଶ୍ଚର୍ଯ୍ୟ ତାଲିକା ମଧ୍ୟରେ ଥିବା ତାଜମହଲ କ୍ଷତିଗ୍ରସ୍ତ ହୋଇଛି। ତାଜମହଲ କ୍ଷତିଗ୍ରସ୍ତ ହୋଇଥିବାର ସ୍ପଷ୍ଟ ଫଟୋ ଗତ ଶନିବାର ସାମ୍ନାକୁ ଆସିଥିଲା।

ଏହି କାଳବୈଶାଖୀ ହେତୁ ତାଜମହଲର ପଶ୍ଚିମ ପ୍ରବେଶ ଦ୍ୱାର, ରେଡ ସ୍ୟାଣ୍ଡ ଷ୍ଟୋନ୍‌ର ରେଲିଂ, ପଶ୍ଚିମ ଦ୍ୱାରରେ ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ନିର୍ମିତ ହୋଇଥିବା ଛାତର ସିଲିଂ ଓ ମାର୍ବଲ ରେଲିଂ ଆଦି କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ତାଜମହଲ ପରିସରରେ ଥିବା ଅନେକ ଗଛ ମଧ୍ୟ ଉପୁଡ଼ି ପଡ଼ିଥିବା ନେଇ ରବିବାର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

Parts Of Taj Mahal Complex Damaged In Thunderstorm, Main Structure Safe

ଶୁକ୍ରବାର ୫୦ମିନିଟ୍‌ ଧରି କାଳବୈଶାଖୀ ତାର ତାଣ୍ଡବ ରଚିଥିଲା। ଏହି ସମୟରେ ପ୍ରତିଘଣ୍ଟାକୁ ୧୨୪କିମି ବେଗରେ ପବନ ହୋଇଥିଲା। ଏତଦଦ୍ୱାରା ଅନେକ ବଡ଼ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ଆଉ କେତେକ ଗଛ ମୂଳରୁ ଉପୁଡ଼ି ରାସ୍ତାରେ ପଡ଼ି ଯାଇଥିଲା। କେବଳ ଏତିକି ନୁହେଁ, ଏହି କାଳବୈଶାଖୀ ପ୍ରଭାବରେ ଅନେକ ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗି ପଡ଼ିଥିଲା। ତେଣୁ ବିଦ୍ୟୁତ ସଂଯୋଗରେ ବାଧା ସୃଷ୍ଟି ହୋଇଥିଲା। କାଳବୈଶାଖୀରେ ତିନିଜଣଙ୍କ ମୃତ୍ୟୁ ହୋଇଛି, ଏଥିରେ ଜଣେ ଶିଶୁ ବି ରହିଥିବା ଜଣାପଡ଼ିଥିଲା।

UP: Thunderstorm damages Taj Mahal's marble railing, minor structures
Newsd.in

ଏହା ପୂର୍ବର ବି ୨୦୧୮ ମସିହାରେ ତାଜମହଲରେ ଦୁଇଥର ଖମ୍ଭ ଓ ପଥର ପଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୮ ଏପ୍ରିଲ ୧୧ ଓ ମଇ ୨ରେ କାଳବୈଶାଖୀ ହେତୁ ତାଜମହଲର ରାୟାଲ ଗେଟ୍‌ ଓ ଦିକ୍ଷଣ ଦ୍ୱାରର ଉତ୍ତର ପଶ୍ଚିମ ଗୁଲଦସ୍ତା ଖମ୍ଭ ଭାଙ୍ଗି ଯାଇଥିଲା। କରୋନା ମହାମାରୀ ପାଇଁ ଏବେ ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ରହିଛି।

ସମ୍ବନ୍ଧିତ ଖବର