ଦୀର୍ଘ ୬ମାସ କାଳ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ତାଜମହଲ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପାଇଁ ଦୀର୍ଘ ୬ମାସ କାଳ ବନ୍ଦ ରହିବା ପରେ ଭାରତର ତାରକା ପର୍ଯ୍ୟଟନ ସ୍ଥଳ, ୧୭ଶତାବ୍ଦୀର ପ୍ରେମର ସ୍ମାରକୀ ତାଜମହଲ ଏବଂ ଆଗ୍ରା ଦୁର୍ଗ ସୋମବାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧିକାରୀମାନେ ତାଜ୍‌ମହଲକୁ ଦର୍ଶକମାନଙ୍କ ନିମନ୍ତେ ଖୋଲିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ତାଜମହଲର ତଦାରଖକାରୀ ଅଧିକାରୀ ଅମର ନାଥ ଗୁପ୍ତା କହିଛନ୍ତି ଯେ ତାଜମହଲର ପୂର୍ବ ଏବଂ ପଶ୍ଚିମ ଫାଟକରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସାନିଟାଇଜେସନ୍‌, ଥର୍ମାଲ୍‌ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏକସଙ୍ଗେ ୨୫୦୦ ପରିଦର୍ଶକଙ୍କୁ ଅନୁମତି ଦିଆଯିବ। ପର୍ଯ୍ୟଟକମାନେ କେବଳ ଅନଲାଇନ୍‌ ବୁକିଂ ମାଧ୍ୟମରେ ତାଜମହଲ ପରିଦର୍ଶନ ପାଇଁ ଟିକେଟ କ୍ରୟ କରିପାରିବେ। ବିଦେଶୀ ପର୍ଯ୍ୟଟକମାନଙ୍କୁ ତାଜମହଲରେ ପ୍ରବେଶ ପାଇଁ ୧୧୦୦ ଟଙ୍କାର ପ୍ରବେଶ ଟିକେଟ୍‌ କିଣିବାକୁ ପଡିବ ଏବଂ ଘରୋଇ ପରିଦର୍ଶକମାନେ ଟିକେଟ୍‌ ପିଛା ୫୦ ଟଙ୍କା ଦେଇ ପ୍ରବେଶ କରିପାରିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନୋଭେଲ କରୋନା ଭାଇରସ୍‌ ବା କୋଭିଡ-୧୯ ମହାମାରୀ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଗତ ୬ ମାସ ଧରି ତାଜ୍‌ମହଲକୁ ବନ୍ଦ ରଖାଯିବା ସହ ପର୍ଯ୍ୟଟକମାନଙ୍କୁ ତାଜମହଲ ଭିତରକୁ ଛଡ଼ାଯାଉ ନଥିଲା। ଦୀର୍ଘ ୬ମାସ କାଳ ବନ୍ଦ ରହିବା ପରେ ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଳିବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ତାଜମହଲ।

ସମ୍ବନ୍ଧିତ ଖବର