ଆଗ୍ରା,: ଛଅ ଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ତାଙ୍କ ଗସ୍ତର ତୃତୀୟ ଦିନରେ ପତ୍ନୀ ସାରାଙ୍କ ସହିତ ଆଗ୍ରା ସ୍ଥିତ ସପ୍ତଦଶ ଶତାବ୍ଦୀର ମୋଗଲ କୀର୍ତ୍ତି ‘ତାଜ୍ମହଲ’ପରିଦର୍ଶନ କରିଛନ୍ତି। ସେହିପରି ସନ୍ଧ୍ୟାରେ ଦିଲ୍ଲୀଠାରେ ଆୟୋଜିତ ‘ରାଇସିନା ଡାଇଲଗ୍’ର ‘ଭୂ-ରାଜନୈତିକ ସମ୍ମିଳନୀ’ର ତୃତୀୟ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଉଦ୍ଘାଟନ କରିଛନ୍ତି।
ନେତାନ୍ୟାହୁ ଆଜି ଉତ୍ତରପ୍ରଦେଶର ଖେରିଆ ବିମାନବନ୍ଦରରେ ପହଞ୍ଚିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ। ପାରମ୍ପରିକ ଢଙ୍ଗରେ ବ୍ରଜ ଲୋକ କଳାକାରଙ୍କ ଦ୍ୱାରା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ନେତାନ୍ୟାହୁଙ୍କ ଗସ୍ତ ପାଇଁ ଆଜି ପର୍ଯ୍ୟଟକମାନଙ୍କ ଲାଗି ୨ଘଣ୍ଟା ପର୍ଯ୍ୟନ୍ତ ତାଜମହଲ ବନ୍ଦ ରହିଥିଲା ଏବଂ ଖେରିଆ ବିମାବନ୍ଦରରୁ ତାଜମହଲ ସଂଯୋଗ କରୁିଥିବା ରାସ୍ତାକୁ ସାଧାରଣ ଜନସାଧାରଣଙ୍କ ଲାଗି ବନ୍ଦ କରିଦିଆଯାଇଥିଲା। ତେବେ ତାଜମହଲ୍ ଦର୍ଶନ ପରେ ସେମାନେ ମଧ୍ୟାହ୍ନ ଭୋଜନ ସାରି ଦିଲ୍ଲୀ ଫେରି ଯାଇଥିଲେ।
ସେହିପରି ସନ୍ଧଧ୍ୟାରେ ଦିଲ୍ଲୀ ସ୍ଥିତ ହୋଟେଲ ତାଜ୍ ପ୍ୟାଲେସ୍ରେ ଆୟୋଜିତ ‘ରାଇସିନା ଡାଇଲଗ୍’ର ‘ଭୂ-ରାଜନୈତିକ ସମ୍ମିଳନୀ’ର ତୃତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି। ଏହି ସମ୍ମିଳନୀରେ ୯୦ ଦେଶର ୧୫୦ରୁ ଅଧିକ ବକ୍ତା ଓ ୫୫୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ଏହି ଅବସରରେ ଇସ୍ରାଏଲ ଓ ଭାରତ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଦୁଇ ଦେଶର ଗଣତନ୍ତ୍ର ପ୍ରତି ରହିଥିବା ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ନେତାନ୍ୟାହୁ କହିଛନ୍ତି।
ତାଜ୍ମହଲରେ ନେତାନ୍ୟାହୁ ଦମ୍ପତି
/sambad/media/post_attachments/wp-content/uploads/2018/01/Netanyahu-visited-taj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)